ଭୁବନେଶ୍ବର: ଆଜି ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ସୁବର୍ଣ୍ଣରେଖା କି ବୈତରଣୀ ବେସିନରେ ବିପଦ ସଂକେତ ତଳକୁ ଗଲାଣି ପାଣି। ରାଜ୍ୟର ଅନ୍ୟ କୌଣସି ନଦୀରେ ବି ବନ୍ୟା ନାହିଁ। ଏଭଳି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। 

Advertisment

ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ବୈତରଣୀରୁ କାଣୀ ନଈରେ ଘାଇ ଭାଙ୍ଗିବାରୁ ଯାଜପୁରର ଦଶରଥପୁର ପ୍ରଭାବିତ ହୋଇଛି। ପାଣି କମିବା ପରେ ମରାମତି ହେବ | ଜିଲ୍ଲା ପ୍ରଶାସନ ସହ ସମସ୍ତ ଯୋଗାଯୋଗରେ ରହି କାମ ଚାଲିଛି| ରାତ୍ରି କାଳୀନ ପେଟ୍ରୋଲିଙ୍ଗ ଚାଲିଛି| ତଳିଆ ଅଞ୍ଚଳରେ ପାଣି ପଶିଥିବା ଜାଗାରେ ପାଣି ଛାଡିବା ପାଇଁ ସମୟ ଲାଗିବ |  ବୈତରଣୀର ଜଳ ପତନ କମିଛି | ହୀରାକୁଦରେ ୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି | ହୀରାକୁଦରୁ ୯୮ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି | ମୁଣ୍ଡଳିରେ ୩ ଲକ୍ଷ ୩୧ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି | ରେଙ୍ଗାଳିର ଦୁଇଟି ଗେଟ ଦେଇ ବ୍ରାହ୍ମଣୀ ଜଳ ନିଷ୍କାସନ ହେଉଛି।

ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ବୈତରଣୀରୁ କାଣୀ ନଈରେ ଘାଇ ଭାଙ୍ଗିବାରୁ ଯାଜପୁରର ଦଶରଥପୁର ପ୍ରଭାବିତ ହୋଇଛି। ପାଣି କମିବା ପରେ ମରାମତି ହେବ | ଜିଲ୍ଲା ପ୍ରଶାସନ ସହ ସମସ୍ତ ଯୋଗାଯୋଗରେ ରହି କାମ ଚାଲିଛି| ରାତ୍ରି କାଳୀନ ପେଟ୍ରୋଲିଙ୍ଗ ଚାଲିଛି| ତଳିଆ ଅଞ୍ଚଳରେ ପାଣି ପଶିଥିବା ଜାଗାରେ ପାଣି ଛାଡିବା ପାଇଁ ସମୟ ଲାଗିବ |  ବୈତରଣୀର ଜଳ ପତନ କମିଛି | ହୀରାକୁଦରେ ୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି | ହୀରାକୁଦରୁ ୯୮ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି | ମୁଣ୍ଡଳିରେ ୩ ଲକ୍ଷ ୩୧ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି | ରେଙ୍ଗାଳିର ଦୁଇଟି ଗେଟ ଦେଇ ବ୍ରାହ୍ମଣୀ ଜଳ ନିଷ୍କାସନ ହେଉଛି। ଗୋଟିଏ ଗେଟ ବନ୍ଦ କରିବାକୁ ଚିନ୍ତା କରାଯାଉଛି। ଆସନ୍ତାକାଲି ବର୍ଷା ଯଦି ହୁଏ, ତାକୁ ଦୃଷ୍ଟିରେ ରଖି ବନ୍ୟା ସ୍ଥିତି ଅନୁଧ୍ୟାନ କରାଯିବ।