ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ରେ ସ୍ବାସ୍ଥ୍ୟସେବାର ସୁଧାର ଆଣିବାକୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିରୁ ନିଯୁକ୍ତ ହୋଇଛନ୍ତି ଡାକ୍ତର, ବିଶେଷଜ୍ଞ, ନର୍ସ ଓ ଅନ୍ୟ କର୍ମଚାରୀ। ଡାକ୍ତର ଓ ବିଶେଷଜ୍ଞମାନଙ୍କୁ ମାସିକ ୭୦ ହଜାରରୁ ଆରମ୍ଭ କରି ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ପାଉଛନ୍ତି। ସୁନ୍ଦରଗଡ଼ର ଡିଏଚ୍‌ଏଚ୍‌, ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ସମେତ ଜିଲ୍ଲାର ୧୭ ବ୍ଲକ୍‌ରେ ପ୍ରାୟ ୬୦% ପିଏଚ୍‌ସି ଓ ସିଏଚ୍‌ସିରେ ଡିଏମ୍‌ଏଫ୍‌ରୁ ଡାକ୍ତର, ନର୍ସ ଓ ପାରାମେଡିକାଲ କର୍ମଚାରୀ ନିଯୁକ୍ତି ପାଇଛନ୍ତି। ଏମାନଙ୍କ ଦରମା ବାବଦରେ ମାସିକ ପାଣିବୋହିଲା ପରି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ସ୍ବାସ୍ଥ୍ୟସେବାରେ ରୋଗୀମାନଙ୍କୁ ଧୋକା ଦେଉଛନ୍ତି।

Advertisment

ସୁନ୍ଦରଗଡ଼ର ଡିଏଚ୍‌ଏଚ୍‌, ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ସମେତ ଜିଲ୍ଲାର ୧୭ ବ୍ଲକ୍‌ରେ ପ୍ରାୟ ୬୦% ପିଏଚ୍‌ସି ଓ ସିଏଚ୍‌ସିରେ ଡିଏମ୍‌ଏଫ୍‌ରୁ ଡାକ୍ତର, ନର୍ସ ଓ ପାରାମେଡିକାଲ କର୍ମଚାରୀ ନିଯୁକ୍ତି ପାଇଛନ୍ତି। ଏମାନଙ୍କ ଦରମା ବାବଦରେ ମାସିକ ପାଣିବୋହିଲା ପରି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ସ୍ବାସ୍ଥ୍ୟସେବାରେ ରୋଗୀମାନଙ୍କୁ ଧୋକା ଦେଉଛନ୍ତି।ଆର୍‌ଜିଏଚ୍‌ରେ ଡିଏମ୍‌ଏଫ୍‌ରୁ ୧୮ରୁ ଅଧିକ ଡାକ୍ତର ନିଯୁକ୍ତି ପାଇଛନ୍ତି। ସର୍ଜନ (ଶଲ୍ୟ ଚିକିତ୍ସକ) ୪ ଜଣ ଅଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ସର୍ଜନ ଡିଏମ୍‌ଏଫ୍‌ରୁ ନିଯୁକ୍ତି ପାଇଛନ୍ତି। ହେଲେ ଆର୍‌ଜିଏଚ୍‌ ଦିନକୁ ମାତ୍ର ୨ ଜଣଙ୍କର ଅସ୍ତ୍ରୋପଚାର ହେଉଛି।

ଆର୍‌ଜିଏଚ୍‌ରେ ଡିଏମ୍‌ଏଫ୍‌ରୁ ୧୮ରୁ ଅଧିକ ଡାକ୍ତର ନିଯୁକ୍ତି ପାଇଛନ୍ତି। ସର୍ଜନ (ଶଲ୍ୟ ଚିକିତ୍ସକ) ୪ ଜଣ ଅଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ସର୍ଜନ ଡିଏମ୍‌ଏଫ୍‌ରୁ ନିଯୁକ୍ତି ପାଇଛନ୍ତି। ହେଲେ ଆର୍‌ଜିଏଚ୍‌ ଦିନକୁ ମାତ୍ର ୨ ଜଣଙ୍କର ଅସ୍ତ୍ରୋପଚାର ହେଉଛି। ଅନ୍ୟମାନଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି। ଶିଶୁ ବିଭାଗ, ସ୍ତ୍ରୀ ଓ ପ୍ରସୂତି ବିଭାଗ ସେହି ସମାନ ସମସ୍ୟା ଉପୁଜିଛି। ବିଭିନ୍ନ ବିଭାଗରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବାବେଳେ ନିଶ୍ଚେତକ ବିଭାଗରେ ୩ ଜଣ ଡାକ୍ତର ରଖାଯାଇଛି। ଆର୍‌ଜିଏଚ୍‌ ପରି ବଣାଇ ଉପଖଣ୍ଡୀୟ ଡାକ୍ତରଖାନାରେ ବି ସମାନ ସ୍ଥିତି। ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଦୁଇ ଜଣ ଡାକ୍ତର ଅଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଡିଏମ୍‌ଏଫ୍‌ରୁ ନିଯୁକ୍ତି ପାଇଛନ୍ତି। ସପ୍ତାହକୁ ୬ ଦିନ ପରିବର୍ତ୍ତେ ୨/୩ ଦିନ ରୋଗୀଙ୍କୁ ଦେଖୁଥିବା ‌ଅଭିଯୋଗ ହେଉଛି। ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ହାତୀବାରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି)ରେ ଡିଏମ୍‌ଏଫ୍‌ରୁ ନିଯୁକ୍ତି ପାଇଥିବା ଡାକ୍ତର ସପ୍ତାହକୁ ମାତ୍ର ୨ ଦିନ ଡ୍ୟୁଟି କରୁଛନ୍ତି। ମାସକୁ ମାତ୍ର ୮ ଦିନ ଡ୍ୟୁଟି  କରି ମୋଟା ଅଙ୍କର ଦରମା ନେଇ ଚାଲିଛନ୍ତି। ରବିବାରକୁ ବାଦ୍‌ ଦେଇ ଅନ୍ୟ ୫ ଦିନ ରୋଗୀମାନେ ଡାକ୍ତରଙ୍କୁ ଚାହିଁ ଚାହିଁ ଘରକୁ ଫେରୁଛନ୍ତି।

ରାଉରକେଲା, ହାତୀବାରି ଓ ବଣାଇ ନୁହେଁ ଜିଲ୍ଲାର ପ୍ରାୟ ଅଧିକାଂଶ ପିଏଚ୍‌ସି ଓ ସିଏଚ୍‌ସିରେ ଡିଏମ୍‌ଏଫ୍‌ରୁ ନିଯୁକ୍ତି ପାଇଥିବା ଡାକ୍ତରମାନେ ରୋଗୀସେବା କରୁଛନ୍ତି। ଉପାନ୍ତ ବ୍ଲକ୍‌ ଗୁରୁଣ୍ଡିଆ, କୋଇଡ଼ା, ହେମଗିରି, ଟାଙ୍ଗରପାଲି, ଲହୁଣିପଡ଼ା ସମେତ ବୀରମିତ୍ରପୁର, ରାଜଗାଙ୍ଗପୁର ଓ ସୁନ୍ଦରଗଡ଼ ଡିଏଚ୍‌ଏଚ୍‌ରେ ମଧ୍ୟ ଡିଏମ୍‌ଏଫ୍‌ରୁ ନିଯୁକ୍ତି ପାଇଥିବ ଡାକ୍ତରମାନେ ରୋଗୀମାନଙ୍କୁ ଧୋକା ଦେଉଛନ୍ତି। ସୁନ୍ଦରଗଡ଼ରେ ଚିକିତ୍ସାସେବାର ଏଭଳି ଅବ୍ୟବସ୍ଥାକୁ ରାଜ୍ୟ ସ୍ବାସ୍ଥ୍ୟବିଭାଗ ଗୁରୁତର ସହ ନେଇଛନ୍ତି। ସ୍ବାସ୍ଥ୍ୟବିଭାଗର ତାଗିଦ୍‌ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ଜିଲ୍ଲାର ଡିଏମ୍‌ଏଫ୍‌ରେ ନିଯୁକ୍ତି ପାଇଥିବା‌ ଡାକ୍ତର ଓ ବିଶେଷଜ୍ଞମାନଙ୍କୁ ମାସକ କାର୍ଯ୍ୟର ରିପୋର୍ଟ ଆଜି (ମଙ୍ଗଳବାର) ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ଆସନ୍ତାକାଲି ସିଡିଏମ୍‌ଓ ସମ୍ମିଳନୀ କକ୍ଷରେ ଡାକ୍ତର ଓ ବିଶେଷଜ୍ଞମାନଙ୍କ ମାସକର ପ୍ରଦର୍ଶନ ଦେଖିବା ପରେ କି ପଦକ୍ଷେପ ନେଉଛନ୍ତି, ତା’ ଉପରେ ଜିଲ୍ଲବାସୀଙ୍କ ନଜର ରହିଛି।