ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକଙ୍କ ଉପରେ ଆକ୍ରମଣ ଘଟଣାରେ ଜାମିନ ଶୁଣାଣି ସ୍ଥଗିତ। ଯାଜପୁର ସଦର ଥାନା ଅନ୍ତର୍ଗତ ବୁଢା ବ୍ରିଜ ନିକଟରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଘଟଣାରେ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହୋଇଥିବା ଜାମିନ ଆବେଦନ ଶୁଣାଣିକୁ ସ୍ଥଗିତ ରଖାଯାଇଛି। ତଦନ୍ତ ଭାର ନେଇଥିବା କ୍ରାଇମ ବ୍ରାଞ୍ଚଙ୍କୁ ସବିଶେଷ ତଥ୍ୟ ମାଗିଛନ୍ତି କୋର୍ଟ। ଉପରୋକ୍ତ ତଥ୍ୟ ଆସିବା ପରେ ପୁଣି ଥରେ ଶୁଣାଣି ହେବ ବୋଲି ଜଣାଯାଇଛି।
ତଦନ୍ତ ଭାର ନେଇଥିବା କ୍ରାଇମ ବ୍ରାଞ୍ଚଙ୍କୁ ସବିଶେଷ ତଥ୍ୟ ମାଗିଛନ୍ତି କୋର୍ଟ। ଉପରୋକ୍ତ ତଥ୍ୟ ଆସିବା ପରେ ପୁଣି ଥରେ ଶୁଣାଣି ହେବ ବୋଲି ଜଣାଯାଇଛି।
ଏଣେ ଯାଜପୁରରେ ତୃତୀୟ ଦିନରେ କ୍ରାଇମବ୍ରାଞ୍ଚ ଟିମ ପକ୍ଷରୁ ତଦନ୍ତ ଜାରି ରହିଛି। ଯାଜପୁର ଟାଉନ ଥାନାରୁ ସିସିଟିଭି ଫୁଟେଜ ଯାଞ୍ଚ ସହ ଯାଜପୁର ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ପହଞ୍ଚିଛନ୍ତି ଟିମ୍। ଡି ଏସ ପି ମମତା ଜେନା ଏବଂ ଅନ୍ୟ କ୍ରାଇମବ୍ରାଞ୍ଚ ଟିମର ଅଧିକାରୀମାନେ କୋର୍ଟରେ ପହଞ୍ଚିଥିଲେ। ବିଧାୟକଙ୍କୁ ଆକ୍ରମଣରେ ଗିରଫ ହୋଇଥିବା ୧୪ ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତାହା ସହ କ୍ରାଇମବ୍ରାଞ୍ଚ ସ୍ପେଶଲ ପବ୍ଲିକ ପ୍ରସିକ୍ୟୁଟର ମଧ୍ୟ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/11/27/l3fN98FyDXf2hm4slfj3.jpg)