ସଇଁତଲା: ଅଗଷ୍ଟ ୧୫ ତାରିଖ ଦିନ ସରକାରଙ୍କ ତରଫରୁ ମଧ୍ୟାହ୍ନ ଭୋଜନ ଛାତ୍ରଛାତ୍ରୀଙ୍କୁ ଦେବା ପାଇଁ ନିର୍ଦ୍ଦେଶ ରହିଛି। ବଲାଙ୍ଗୀରଜିଲ୍ଲା ସଇଁତଲା ବ୍ଳକର କୁମ୍ଭାରୀ ଗ୍ରାମସ୍ଥିତ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଖାମଖୁଆଲି ମନୋଭାବ ଯୋଗୁଁ ୪୦୦ରୁ ଅଧିକ ଛାତ୍ରଛାତ୍ରୀ ଶୁକ୍ରବାର ଦିନ ମଧ୍ୟାହ୍ନ ଭୋଜନ ଦିଆଯାଇ ନଥିବା ଅଭିଯୋଗ ହୋଇଛି।
ଘଟଣାରୁ ଜଣାଯାଏ କୁମ୍ଭାରୀ ବିଦ୍ୟାଳୟରେ ଶୁକ୍ରବାର ଦିନ ସ୍କୁଲ କର୍ତ୍ତୃପକ୍ଷ ଓ ଖାଦ୍ୟ ରନ୍ଧା ଦାୟିତ୍ଵରେ ଥିବା ସମଲେଶ୍ବରୀ ଏସଏଚଜି ମଧ୍ୟରେ ତାଳମେଳ ଅଭାବରୁ ଖାଦ୍ୟ ରନ୍ଧା ଯାଇନଥିଲା। ଫଳରେ ସ୍ୱାଧୀନତା ଦିବସ ଉପଲକ୍ଷେ ମିଳିଥିବା ବୁନ୍ଦି ଖାଇ ଛାତ୍ରଛାତ୍ରୀମାନେ ଘରକୁ ଚାଲିଯାଇଥିଲେ। ସ୍କୁଲର ପ୍ରଧାନଶିକ୍ଷକ ଦ୍ଯୁତିରଂଜନ ମହାଲିଙ୍ଗଙ୍କୁ ଫଚାରିବାରୁ ମହିଳ ଗୋଷ୍ଠୀ ଖାଦ୍ୟ ରାନ୍ଧି ନଥିବାରୁ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇନଥିବା ସ୍ଵୀକାର କରିଥିଲେ।
କୁମ୍ଭାରୀ ବିଦ୍ୟାଳୟରେ ଶୁକ୍ରବାର ଦିନ ସ୍କୁଲ କର୍ତ୍ତୃପକ୍ଷ ଓ ଖାଦ୍ୟ ରନ୍ଧା ଦାୟିତ୍ଵରେ ଥିବା ସମଲେଶ୍ବରୀ ଏସଏଚଜି ମଧ୍ୟରେ ତାଳମେଳ ଅଭାବରୁ ଖାଦ୍ୟ ରନ୍ଧା ଯାଇନଥିଲା। ଫଳରେ ସ୍ୱାଧୀନତା ଦିବସ ଉପଲକ୍ଷେ ମିଳିଥିବା ବୁନ୍ଦି ଖାଇ ଛାତ୍ରଛାତ୍ରୀମାନେ ଘରକୁ ଚାଲିଯାଇଥିଲେ।
ମଧ୍ୟାହ୍ନ ଭୋଜନ ଦାୟିତ୍ଵରେ ଥିବା ବ୍ଲକ ଶିକ୍ଷା କାର୍ଯ୍ୟାଳୟର ଏବିଇଓ ନରେନ୍ଦ୍ର ସାହୁଙ୍କୁ ପଚାରିବାରୁ ସିଆରସିସିଙ୍କୁ ମଧ୍ୟାହ୍ନ ଭୋଜନ ତଦାରଖ କରିବା ନିର୍ଦ୍ଦେଶ ଦିଆଯାଇଥିବା କହିଥିଲେ। ମଧ୍ୟାହ୍ନ ଭୋଜନ ଯୋଜନା ଖାଦ୍ୟ ସୁରକ୍ଷା ଆଇନର ପରିଧିଭୁକ୍ତ ଥବାରୁ ସରକାରଙ୍କ ତରଫରୁ ପୂର୍ବ ସୂଚନା ଦେଇ ସମସ୍ତ ଶିକ୍ଷା ବିଭାଗକୁ ଚିଠି ମାଧ୍ୟମରେ ଜଣାଇଥିଲେ ମଧ୍ୟ କୁମ୍ଭାରୀ ଉଚ୍ଚ ବିଦ୍ୟାଳୟରେ ଏହାକୁ ଫୁକରି ପାଳନ କଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
Balangir
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/15/saintala2-2025-08-15-19-05-10.jpg)