ମାଲକାନଗିରି: ଜିଲ୍ଲାର କୋରକୋଣ୍ଡା ବ୍ଲକର ସୋମନାଥପୁର ପଞ୍ଚାୟତର କୁମ୍ଭାରଗୁଡ଼ା ଗ୍ରାମରେ ବାସ କରୁଥିବା ସୋନୁ କୁମଡାଙ୍କ ଘରେ ଜନ୍ମ ନେଇଥିବା ଏକ ଶିଶୁକନ୍ୟାର ପିଠିରେ ମାଂସ ନଥିବା ଜଣାପଡିଛି। ତେବେ ଶିଶୁର ଅସ୍ତ୍ରପ୍ରଚାର ପାଇଁ ପାଖରେ ଅର୍ଥ ନଥିବା ସୋନୁ କହିଛନ୍ତି।

Advertisment

ସୋନୁ ଗତ କିଛି ବର୍ଷ ତଳେ ପଦ୍ମା ନାମକ ଯୁବତୀକୁ ବିବାହ କରିଥିଲେ। ବିବାହର କିଛି ବର୍ଷପରେ ଏକ ଶିଶୁକନ୍ୟା ଜନ୍ମ ନେଇଛି। ଏହି ଶିଶୁ କନ୍ୟାର ପିଠିରେ ମାଂସ ନଥିବା ଡାକ୍ତର ଏବଂ ପରିବାର ଲୋକେ ଦେଖିବାକୁ ପାଇଥିଲେ। ସ୍ଥାନୀୟ କୁଡୁମୁଲୁଗୁମ୍ମା ମେଡିକାଲରେ ପଦ୍ମାକର ଡେଲିଭେରୀ ହୋଇଥିଲା। ତୁରନ୍ତ ଡାକ୍ତର କୋରାପୁଟ ମେଡିକାଲକୁ ନେବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ଶିଶୁକନ୍ୟାକୁ କୋରାପୁଟ ମେଡିକାଲକୁ ନେଇଥିଲେ। ସେଠାରେ ମଧ୍ୟ ଡାକ୍ତର ଶିଶୁ କନ୍ୟାର ଅସ୍ତ୍ରପ୍ରଚାର ହୋଇପାରିବ ନାହିଁ ବୋଲି ସଫା ସଫା ମନା କରିଦେଇଥିଲେ। ଏହି ଶିଶୁକନ୍ୟାର ଯେତେ ଚିକିତ୍ସା କଲେ ମଧ୍ୟ ହୋଇପାରିବ ନାହିଁ ବୋଲି ଡାକ୍ତର କହିଥିବା କଥା ସୋନୁ ଦୁଃଖର ସହ କହିଛନ୍ତି।

ସୋନୁ ଗତ କିଛି ବର୍ଷ ତଳେ ପଦ୍ମା ନାମକ ଯୁବତୀକୁ ବିବାହ କରିଥିଲେ। ବିବାହର କିଛି ବର୍ଷପରେ ଏକ ଶିଶୁ କନ୍ୟାଜନ୍ମ ନେଇଛି। ଏହି ଶିଶୁ କନ୍ୟାର ପିଠିରେ ମାଂସ ନଥିବା ଡାକ୍ତର ଏବଂ ପରିବାର ଲୋକେ ଦେଖିବାକୁ ପାଇଥିଲେ। ସ୍ଥାନୀୟ କୁଡୁମୁଲୁଗୁମ୍ମା ମେଡିକାଲରେ ପଦ୍ମାକର ଡେଲିଭେରୀ ହୋଇଥିଲା।

ତେବେ ବଡ ମେଡିକାଲକୁ ନେଇ ଝିଅର ଚିକିତ୍ସା କରିବା ପାଇଁ ପାଖରେ ଟଂକା ନଥିବା ସୋନୁ କହିଛନ୍ତି। ସୋନୁ ଜଣେ ଗାଈ ଚୋରାଳିଆ।ଲୋକେ ଯାହା ଦିଅନ୍ତି ସେତିକିରେ ପରିବାର ଚଳେ। ତେବେ ଶିଶୁକନ୍ୟାର ଚିକିତ୍ସା ପାଇଁ ଏବେ କଣ କରିବେ ବୋଲି ଚିନ୍ତାରେ ପଡ଼ିଛନ୍ତି।ସରକାର କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ସହଯୋଗର ହାତ ବଢ଼ାଇଲେ ହୁଏତ ଶିଶୁକନ୍ୟାର ଚିକିତ୍ସା କରାଯାପାରିବ ବୋଲି ପରିବାର ଲୋକେ ନେହୁରା ହୋଇଛନ୍ତି।

ଏହି ଖବର ପଢ଼ନ୍ତୁ: ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’, ଉଚ୍ଛେଦ କଲେ ରାଜ୍ୟ ସରକାର