କୋରାପୁଟ: ଜିଲ୍ଲାର ୧୪ବ୍ଲକ ଓ ସୁନାବେଡା ପୌରାଂଚଳକୁ ନେଇ ୧୫ଟି ସ୍ଥାନରେ ୩୩୯୭ଟି ଅଙ୍ଗନୱାଡି କେନ୍ଦ୍ରରୁ ୨୮୫୦ଟି ନିଜସ୍ବକୋଠାରେ ଚାଳିଛି। ୩୯୯ ଜଣ ଧାର୍ଯ୍ୟ ସଂଖ୍ୟକ କର୍ମଚାରୀ ଅଭାବ ସାଙ୍ଗକୁ ୫୪୭ଟି ସ୍ଥାନରେ ନିଜସ୍ବ କେନ୍ଦ୍ର ନାହିଁ। ୧୯୮୪ଟି ସ୍ଥାନରେ ବିଦ୍ୟୁତ ସଂଯୋଗ, ୧୭୨୭ଟି ସ୍ଥାନରେ ପାନୀୟ ଜଳ, ୨୧୦୮ଟି ସ୍ଥାନରେ ଶୌଚାଳୟ ଓ ୫୪୭ଟି ସ୍ଥାନରେ ରୋଷଇଘର ନାହିଁ। ଏପରିକି ବହୁ କେନ୍ଦ୍ରରେ ପିଇବାକୁ ମୁନ୍ଦେ ପାଣି ମିଳୁନି କି ବିଦ୍ୟୁତ ସେବା ପହଚିଂ ପାରନି କି ଶୌଚାଳୟ ନାର୍ହି। ଏହି ସ୍ଥିତିରେ ଭିତ୍ତିଭୂମି ସମ୍ପୁର୍ଣ୍ଣ ରୂପେ ଦୋହଲି ଯାଇଛି।
ସୂଚନାଯୋଗ୍ୟ, ଜିଲ୍ଲାର ୩୩୯୭ କେନ୍ଦ୍ରରେ ୧୩୪୮୦ ଗର୍ଭବତୀ, ୮୦୩୩ ପ୍ରସୁତି, ୬୫୮୫୩ଜଣ ୬ମାସରୁ ୩ବର୍ଷର ଶିଶୁ, ୬୯୪ଜଣ ୩ବର୍ଷରୁ ୬ବର୍ଷ କୁପୋଷଣ ଶିଶୁଙ୍କୁ ଛତୁଆ ଦିଆଯାଉଛି। ସେହିପରି ୭୯ହଜାର ୪୮ଜଣ ପ୍ରାକଃ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି। ଜିଲ୍ଲାରେ ୩୭୨ଟି ଗୋଷ୍ଠୀ କେନ୍ଦ୍ର, ୧୨୪ଟି ବିଦ୍ୟାଳୟରେ, ୫୧ଟି ଭଡା ଘରେ ଓ ୨୮୫୦ଟି ନିଜସ୍ବ କେନ୍ଦ୍ରରେ ଚାଳିଛି ବୋଲି ଜିଲ୍ଲା ସମନ୍ବିତ ଶିଶୁ ଓ ମହିଳା ବିକାଶ ବିଭାଗ କହୁଛି। ଦୀର୍ଘ ବହୁ ବର୍ଷ ତଳେ ବହୁ କେନ୍ଦ୍ର ନିର୍ମାଣ ହୋଇଥିବାରୁ ଏଥିରୁ ବି ପ୍ରାୟ ୬୦ରୁ ଉର୍ଦ୍ଧ୍ବ ଅବସ୍ଥା ଅତ୍ୟନ୍ତ ଶୋଚନୀୟ।
ବନ୍ଧୁଗାଁ ବ୍ଲକରେ ୨୨୧ଟି କେନ୍ଦ୍ର ମଧ୍ୟରୁ ୧୮୨ଟି ନିଜସ୍ବ, ୫ଟିସ୍କୁଲ, ୩୪ଟି ଗୋଷ୍ଠୀ କେନ୍ଦ୍ର, ୧୮୨ରେ ରୋଷଇଘର, ୧୦୬ରେ ଶୌଚାଳୟ, ୮୧ରେ ପାନୀୟ ଜଳଯୋଗାଣ, ୯୮ଟିରେ ବିଦ୍ୟୁତ ସଂଯୋଗ ରହିଛି। ସେହିପରି ବୈପାରୀଗୁଡା ୩୨୮ରୁ ୨୯୬ ନିଜସ୍ବ, ୫ଟି ସ୍କୁଲଘରେ, ୨୭ଟି ଗୋଷ୍ଠୀକେନ୍ଦ୍ର, ୨୯୬ରେ ରୋଷଇଘର, ୨୦୭ରେ ଶୌଚାଳୟ, ୧୬୫ରେ ପାନୀୟ ଜଳଯୋଗାଣ, ୧୪୭ଟିରେ ବିଦ୍ୟୁତ ସଂଯୋଗ ରହିଛି।
ବୋରିଗୁମ୍ମା ୩୩୪ରୁ ୨୫୬ଟି ନିଜସ୍ବ, ୨୭ଟି ସ୍କୁଲଘରେ, ୫୧ଟି ଗୋଷ୍ଠୀକେନ୍ଦ୍ର, ୨୫୬ରେ ରୋଷଇଘର, ୧୦୨ରେ ଶୌଚାଳୟ, ୧୦୯ରେ ପାନୀୟ ଜଳଯୋଗାଣ, ୪୦ଟିରେ ବିଦ୍ୟୁତ ସଂଯୋଗ ରହିଛି। ଦଶମନ୍ତପୁର ୨୬୪ରୁ ୨୧୮ଟି ନିଜସ୍ବ, ୧୫ଟି ସ୍କୁଲଘରେ, ୫୧ଟି ଗୋଷ୍ଠୀକେନ୍ଦ୍ର, ୨୧୮ରେ ରୋଷଇଘର, ୧୫ରେ ଶୌଚାଳୟ, ୨୬୪ରେ ପାନୀୟ ଜଳଯୋଗାଣ, ୩୧ଟିରେ ବିଦ୍ୟୁତ ସଂଯୋଗ ରହିଛି। ଜୟପୁର ୩୩୭ରୁ ୨୫୩ଟି ନିଜସ୍ବ,୪୮ଟି ଭଡାଘରେ, ୯ଟି ସ୍କୁଲଘରେ, ୨୮ଟି ଗୋଷ୍ଠୀକେନ୍ଦ୍ର, ୨୫୩ରେ ରୋଷଇଘର, ୯୭ରେ ଶୌଚାଳୟ, ୨୫ରେ ପାନୀୟ ଜଳଯୋଗାଣ, ୧୭୫ଟିରେ ବିଦ୍ୟୁତ ସଂଯୋଗ ରହିଛି। କୋରାପୁଟ ୨୩୩ରୁ ୨୧୫ଟି ନିଜସ୍ବ, ୪ଟି ସ୍କୁଲଘରେ, ୨୮ଟି ଗୋଷ୍ଠୀକେନ୍ଦ୍ର ୨୧୫ରେ ରୋଷଇଘର, ୧୧୫ରେ ଶୌଚାଳୟ, ୨୧୫ରେ ପାନୀୟ ଜଳଯୋଗାଣ, ୧୭୪ଟିରେ ବିଦ୍ୟୁତ ସଂଯୋଗ ରହିଛି।
ପଟାଙ୍ଗୀ ୧୮୯ରୁ ୧୫୭ଟି ନିଜସ୍ବ, ୨୧ଟି ସ୍କୁଲଘରେ, ୧୧ଟି ଗୋଷ୍ଠୀକେନ୍ଦ୍ର ଘରେ, ୧୫୭ରେ ରୋଷଇଘର, ୭୨ରେ ଶୌଚାଳୟ, ୪୫ରେ ପାନୀୟ ଜଳଯୋଗାଣ, ୭୧ଟିରେ ବିଦ୍ୟୁତ ସଂଯୋଗ ରହିଛି। ଆଗାମୀ ଦିନରେ ଗ୍ରୀଷ୍ମର ପ୍ରକୋପ ବଢ଼ିବା ସମ୍ଭାବନା ବି ରହିଛି। ତେବେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ, ଦୁରଦୃଷ୍ଟି , କ୍ଷେତ୍ରପରିଦର୍ଶନ ଓ ସମୀକ୍ଷା ଅଭାବରୁ ଭିତ୍ତିଭୂମି ଦୋହଲି ଯାଇଛି।