ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ଓ ଉମରକୋଟରେ ୪ ମାସ ହେବ ଜମି ଓ ପ୍ଲଟ ବିକ୍ରି ହୋଇପାରୁ ନାହିଁ। ନବରଙ୍ଗପୁର ସବ୍-ରେଜିଷ୍ଟ୍ରେସନ କାର୍ଯ୍ୟାଳୟକୁ କିଛି ଜମି ଓ ପ୍ଲଟମାଲିକମାନେ ଘେରାଉ କରିଛନ୍ତି। ଏହି ଧାରଣାରେ ପୂର୍ବତନ ନଗରପାଳ ପ୍ରହଲ୍ଲାଦ ତ୍ରିପାଠୀ, ଟିଙ୍କୁ ଜୈନ, ପରଦେଶୀ ହରିଜନ, କେ.ଶ୍ରୀନିବାସ, ଦୁର୍ଯ୍ୟୋଧନ, ମୁନ୍ନା ପଟ୍ଟନାୟକ ସହ କେତେକ ଜମି ଓ ପ୍ଲଟ ମାଲିକ ନବରଙ୍ଗପୁର ରେଜିଷ୍ଟ୍ରେସନ କାର୍ଯ୍ୟାଳୟକୁ ଘେରାଉ କରିବା ସହ ପ୍ରତିବାଦ କରିଥିଲେ।
ଗରିବ ଓ ମଧ୍ୟବିତ୍ତବର୍ଗର ଲୋକେ ନିଜ ଝିଅର ବାହାଘର, ଚିକିତ୍ସା ଖର୍ଚ୍ଚ ପାଇଁ ଜମି, ଜାଗା ବିକ୍ରି କରିପାରୁ ନାହାନ୍ତି। ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଜମି ମାଲିକ, ସାଧାରଣ ଲୋକ ନିଜ ଜମି ବିକ୍ରି କରି ବଞ୍ଚିବାକୁ ଚାହୁଁଛନ୍ତି। ଜମି ଓ ପ୍ଲଟ ବିକ୍ରି କରି ବାକୁ ନବରଙ୍ଗପୁର ଏବଂ ଉମରକୋଟ ସବ୍ ରେଜିଷ୍ଟର ରେଜିଷ୍ଟ୍ରି କରିବା ପାଇଁ ମନା କରି ଦେଉଛନ୍ତି। ସରକାରଙ୍କ ଗାଇଡ଼ଲାଇନ୍ ନିୟମ ଜମି ରେଜିଷ୍ଟ୍ରେସନ ହେବ କହି ସାଧାରଣ ଲୋକ ଜମି ମାଲିକଙ୍କୁ ଫେରାଇ ଦେଉଛନ୍ତି।
ଜମି ମାଲିକ ଗାଇଡ଼ଲାଇନ କ’ଣ ବୋଲି ରେଜିଷ୍ଟ୍ରେସନ କାର୍ଯ୍ୟାଳୟରେ ପଚାରିଲେ କିଏ ବି କର୍ମଚାରୀ କିଛି କହିପାରୁ ନାହାନ୍ତି ବୋଲି ଆନ୍ଦୋଳନକାରୀ କହିଛନ୍ତି। ରାଜ୍ୟ ସରକାର, ରାଜସ୍ବ ମନ୍ତ୍ରୀ, ସଚିବ ଆଦି ଜମି ପଂଜୀକରଣ ହେବ ବୋଲି ଘୋଷଣା କରୁଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଏହାକୁ ନ ମାନିବା ପଛର ରହସ୍ୟ କଣ ବୋଲି ଏମାନେ ପଚାରିଛନ୍ତି। ଉକ୍ତ ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦିଆଯିବ ବୋଲି ନବରଙ୍ଗପୁର ଉପନିବନ୍ଦକ ମୀରା ନାୟକ କହିବା ସହ ଏହି ସମ୍ପର୍କରେ ଉପର ଅଧିକାରୀଙ୍କୁ ଜଣାଇବା ସହ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେବେ ପରେ ଜମି ଓ ପ୍ଲଟ ମାଲିକମାନେ ଧାରଣାରୁ ଉଠିଥିଲେ।
Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/01/ngp-2025-08-01-16-08-33.jpg)