ଭୁବନେଶ୍ବର: ଯାଜପୁର ସମେତ କେନ୍ଦୁଝର, ଢେଙ୍କାନାଳ, କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ଡାଇରିଆ ବ୍ୟାପିଛି। ଯାଜପୁର ଜିଲ୍ଲାର କିଛି ସ୍ଥାନରେ ହଇଜା ସଂକ୍ରମଣ ବ୍ୟାପିଥିବା ମଧ୍ୟ ଚର୍ଚ୍ଚା ହେଉଛି। ଏହାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ବରୀରେ ୨ ସପ୍ତାହ ପାଇଁ ସମସ୍ତ ହୋଟେଲ୍, ଢାବା, ତେଜରାତି ଓ ମିଠା ଦୋକାନ ବନ୍ଦ ରହିବ। ହଇଜା ସଂକ୍ରମଣକୁ ଦୃଷ୍ଟିରେ ରଖି ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ହୋଇଛି।
ପ୍ରଶାସନ ତରଫରୁ କୁହାଯାଇଛି ଯେ, ଫାଷ୍ଟଫୁଡ୍, ଚାଟ୍, ଗୁପଚୁପ୍ ଦୋକାନ ମଧ୍ୟ ଖୋଲାଯାଇ ପାରିବ ନାହିଁ। ସେହିପରି ଆଇସକ୍ରିମ ଓ ପାଣି ପାଉଚ୍ କାରଖାନା ସହ ମାଛ, ଚିକେନ୍ ଦୋକାନ ବନ୍ଦ ରହିବ। ବିନା ଅନୁମତିରେ କୌଣସି ଦୋକାନ ଖୋଲିଲେ ସଂପୃକ୍ତ ଦୋକାନୀଙ୍କ ବିରୋଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରଶାସନ ପକ୍ଷରୁ ବିବାହ, ବ୍ରତଘର, ଜନ୍ମଦିନ ତଥା ସମୂହ ଭୋଜିକୁ ବର୍ଜନ କରିବାକୁ ଅନୁରୋଧ କରାଯାଇଛି।
ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଟକ ଓ କେନ୍ଦୁଝର ଆଦି ଜିଲ୍ଲାରେ ହଇଜା ଭୟଙ୍କର ରୂପ ନେଉଥିବା ବେଳେ ଅନ୍ୟ ଜିଲ୍ଲାକୁ ମଧ୍ୟ ଏହା ବ୍ୟାପିବାକୁ ଲାଗିଲାଣି। ବର୍ତ୍ତମାନ ସୁଦ୍ଧା ହଇଜାରେ ୧୪ ଜଣ ପ୍ରାଣ ହରାଇଛନ୍ତି।
ଯାଜପୁର ଓ କେନ୍ଦୁଝର ସମେତ ଏହାର ପଡ଼େଶୀ ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପିବା ପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଜିଲ୍ଲାର ସବୁ ସ୍ବାସ୍ଥ୍ୟକେନ୍ଦ୍ରକୁ ହାଇଆଲର୍ଟ ମୋଡ୍ରେ ରଖିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଜିଲା ସ୍ବାସ୍ଥ୍ୟ ଅଧିକାରୀ ଓ ବରିଷ୍ଠ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯାଜପୁର ଜିଲାର ପାନୀୟ ଜଳ ଉତ୍ସକୁ ବିଶୋଧନ କରିବାକୁ ପଦକ୍ଷେପ ନିଆଯାଇଛି। ଅନ୍ୟାଦେଶ ଆସିବା ପର୍ଯ୍ୟନ୍ତ ରାସ୍ତାକଡ଼ ଖାଦ୍ୟ ଉପରେ କଟକଣା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ପଡ଼ୋଶୀ ଜିଲାକୁ ଯେପରି ଝାଡ଼ାବାନ୍ତି ନ ବ୍ୟାପିବ ଏଥିପ୍ରତି ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ଥିତି ଉପରେ ଏସ୍ସିବି ଡାକ୍ତରୀ ଦଳ ନଜର ରଖିଛନ୍ତି।
Health | CM Mohan Charan Majhi
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/15/OKiCoXmSKuUo1cdRChCI.jpg)