ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ୧୯୯୫ ମସିହାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କଳା) ସ୍ଥାପନ ହୋଇଥିଲା। ଏହା ବ୍ଳକରେ ଏକ ମାତ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପାସ ପରେ ନିର୍ଭର କରୁଛନ୍ତି।
ତେବେ ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀମାନକୁ ଉନ୍ନତମାନର ଶିକ୍ଷା ପାଇଁ ୨୦୨୩ ମସିହାରେ ୫-ଟି ବିଦ୍ୟାଳୟରେ ଅନ୍ତର୍ଭୁକ୍ତ କରାଯାଇଥିଲା। ବର୍ତ୍ତମାନ ଉକ୍ତ ବିଦ୍ୟାଳୟରେ ମୋଟ ୭୩୧ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏଥିରେ ଛାତ୍ରୀଙ୍କ ସଂଖ୍ୟା ୨୮୦ ରହିଛି। ଏହି ପୁରାତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଶୌଚାଳୟ ସୁବିଧା ନାହିଁ।ଶୌଚାଳୟ ସୁବିଧା ନଥିବା ଯୋଗୁଁ ଛାତ୍ରଛାତ୍ରୀମାନେ ଜଙ୍ଗଲ ଏବଂ ବୁଦା ଉପରେ ନିର୍ଭର କରୁଛନ୍ତି, ଯାହାକି ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ବର୍ତ୍ତମାନ ଉକ୍ତ ବିଦ୍ୟାଳୟରେ ମୋଟ ୭୩୧ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏଥିରେ ଛାତ୍ରୀଙ୍କ ସଂଖ୍ୟା ୨୮୦ ରହିଛି। ଏହି ପୁରାତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଶୌଚାଳୟ ସୁବିଧା ନାହିଁ।
ଏଠାରେ ପ୍ରକାଶ ଯେ ବିଦ୍ୟାଳୟ ସ୍ଥାପନ ହେବା ପର ଠାରୁ କୌଣସି ଶୌଚାଳୟ ନିର୍ମାଣ ହୋଇନଥିଲା। ପରବର୍ତ୍ତୀ ସମୟରେ ପ୍ରାୟ ୬ ବର୍ଷ ତଳେ ବାଳିକାମାନଙ୍କ ପାଇଁ ଏକ ଶୌଚାଳୟ ଆରମ୍ଭ ହୋଇଥିଲା। ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନାହିଁ। ସେହିପରି ୨୦୨୩ ମସିହାରେ ୫-ଟି ଅନ୍ତର୍ଭୁକ୍ତ କରିବା ପରେ ବାଳକ ଓ ବାଳିକା ମାନଙ୍କ ପାଇଁ ନୂତନ ଭାବେ ଶୌଚାଳୟ ନିର୍ମାଣ କାମ ଆରମ୍ଭ ହୋଇଥିଲା।
ତେବେ ସେହି ଶୌଚାଳୟ ଗୁଡିକ ମଧ୍ୟ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡିଛି।ଫଳରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ବିଶେଷ କରି ଛାତ୍ରୀମାନେ ଶୌଚାଳୟ ନଥିବା ଯୋଗୁଁ ବିଦ୍ୟାଳୟ ପରିସରରେ ଥିବା ଜଙ୍ଗଲ ଏବଂ ବୁଦା ମୂଳେ ଶୌଚ ପାଇଁ ଯାଉଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଏବଂ ଝରିଗାଁ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଅଭିଯୋଗ ହୋଇଛି। ପ୍ରଶାସନ ପକ୍ଷରୁ ତୁରନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଶୌଚାଳୟ ସମ୍ପୂର୍ଣ୍ଣ କରିବା ସହ କାର୍ଯ୍ୟକ୍ଷମ କରିବା ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/A8CbQmfpbkiWqWsmXnmQ.jpeg)