କୋରାପୁଟ: କୋରାପୁଟ ଆକାଂକ୍ଷା ଜିଲ୍ଲା ନୋଡାଲ ଅଧିକାରୀ ତଥା ଶ୍ରମ ଓ କର୍ମନିୟୋଜନ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ ଆଜି କୋରାପୁଟ ଠାରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ସମୀକ୍ଷା କରିଛନ୍ତି। ୧୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପର ସମୀକ୍ଷା ପ୍ରଥମେ କରିଥିଲେ। କୋରାପୁଟ ଠାରେ ନିର୍ମାଣାଧୀନ ଥିବା ୬୫୦ ଶଯ୍ୟା ମେଡିକାଲ କଲେଜ ଓ ହସ୍ପିଟାଲ ଜୟପୁରଠାରେ ନିର୍ମାଣଧିନ ଜିଲ୍ଲା ସଦର ମହକୁମା ହସପିଟାଲକୁ ନୂତନ ବର୍ଷରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଟାଟାପାୱର, ଜିଇଡି, ପୂର୍ତ୍ତବିଭାଗ, ପାନୀୟ ଜଳଯୋଗାଣ ବିଭାଗ ଆଦି ଏଦିଗରେ ସମନ୍ବୟ ରଖି ନୂଆ ବର୍ଷରେ ନୂଆ କୋଠାରେ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ପରାମର୍ଶ ଦେଇଥିଲେ। ସେହିପରି ଜିଲ୍ଲାରେ ଥିବା ବିଭିନ୍ନ ସିଏଚସି, ପିଏଚସି, ଡିଏଚଏଚ୍ ଓ ମେଡିକାଲକଲେଜରେ ୬୦ପ୍ରତିଶତ ଡାକ୍ତର ଓ ବିଶେଷଞ ଡାକ୍ତର, ବୈଷୟିକ କର୍ମଚାରୀ ଓ ଷ୍ଟାଫନର୍ସ ଆଦି ପଦବି ଖାଲି ରହିଥିବା ସଡିଏମଓ ଡାକ୍ଟର ସନ୍ତୋଷ କୁମାର ଦାଶ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ।
ଜିଲ୍ଲାରେ ବୋରିଗୁମ୍ମା, ବୈପାରୀଗୁଡା, କୁନ୍ଦ୍ରା, ଦଶମନ୍ତପୁର, ଲକ୍ଷ୍ମୀପୁର, ସେମିଳିଗୁଡା,ନନ୍ଦପୁର ଓଲମତାପୁଟରେ ନିର୍ମାଣାଧୀନ ଥିବା ମେଗା ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ସଚିବ ନିର୍ଦ୍ଦେଶ ଦେଇଥିଲେ। ଗତ କିଛି ବର୍ଷ ହେବ ଜିଲ୍ଲାବାସୀ ପାନୀୟ ଜଳ ପାଇଁ ହଇରାଣ ହରକତ ହେଉଥିବାରୁ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ କହିଥିଲେ। ସେହିପରି ରାଜ୍ୟ ସରକାରଙ୍ଖ ଅନୁଦାନରେ ଚାଳିଥିବା ତଥା ଫ୍ଲାଗସିପ କାର୍ଯ୍ୟକ୍ରମ ଯଥା ସୁଭଦ୍ରା, ପିଏମ କିଷାନ, ସିଏମ କିଷାନ, ପୋଷଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା, ପେନସନ, ସାଧାରଣବଣ୍ଟନ ବ୍ୟବସ୍ଥା ପ୍ରଭୃତି ଉପରେ ସମୀକ୍ଷା କରିଥିଲେ। ରାଜ୍ୟରେ ସୁଭୁଦ୍ରା ଯୋଜନା ୯ ନମ୍ବରରେ ରହିଥିବାରୁ ଏହା କିଭଳି ବୃଦ୍ଧି ପାଇବ ଏବଂ ମହିଳା ମାନେ କିଭଳି ଏହି ସହଯୋଗ ପାଇ ପାରିବେ ସେ ଦିଗରେ ଧ୍ୟାନ ଦେବାକୁ କହିଥିଲେ ସଚିବ। ମାର୍ଗଦର୍ଶିକା ଅନୁଯାୟୀ ପାଇବା ଆବଶ୍ୟକ ବୋଲି ସଚିବ ମତ ଦେଇଥିଲେ।
ଜୟପୁରର ଏୟାରପୋର୍ଟ ୨ସିରୁ ୩ସିକୁ ସମ୍ପ୍ରସାରଣ, ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରୀ ରେଳପଥ ପାଇଁ ଜମି ଅଧିଗ୍ରହଣ ଓ ଅନ୍ୟସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। କୋରାପୁଟ ଜିଲ୍ଲାସଦରମହକୁମା ହୋଇଥିଲେ ହେଁ ଏଠାରେ ଗ୍ରୀଡ୍ ନଥିବାରୁ ବିଦ୍ୟୁତ କାଟ ସମସ୍ୟା ହେଉଛି।
ପୋଡାଗଡ଼ ଓ ସେମିଳିଗୁଡା ଠାରେ ଥିବା ବେଳେ କୋରାପୁଟରେ ନୂଆ ଗ୍ରୀଡ ସ୍ଥାପନ କରିବାକୁ ପ୍ରସ୍ତାବ ଟାଟାପାୱାରକୁ ପଠାଇବାକୁ ଟାଟାପାୱାରର ନିର୍ବାହୀ ଯନ୍ତ୍ରୀ ଇଂ ଭଗବାନ ପ୍ରଧାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି କୋରାପୁଟ ବାଇପାସ୍ ରାସ୍ତା ପାଇଁ ଏହି ସପ୍ତାହ ବୈଠକରେ ନିଆଯାଇଥିବା ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କହିଥିଲେ ସଚିବ। ଭାରତମାଳା ପରିୟୋଜନା କେବେ ସୁଦ୍ଧା କାମ ସରିବ ଏବଂ କେବେ ଲୋକଙ୍କ ପାଇଁ ଉତ୍ସର୍ଗ କରାଯିବ ଏବଂ କାମ କେତେ ଦୁର ଚାଳିଛି, ଟନେଲ କାମ ଗୁଡିକ କେଉଁ ପର୍ଯ୍ୟାୟରେ ରହିଛି ପଚାରି ବୁଝିଥିଲେ। ଭାରତମାଳା ଗ୍ରୀନ କରିଡର ରାସ୍ତା ଆସନ୍ତା ଅକ୍ଟୋବର ୨୦୨୫ସୁଦ୍ଧା ଶେଷ ହେବ ବୋଲି ଏନଏଚଆଇର ଅଧିକାରୀ ସୂଚନା ଦେଇଥିଲେ।
ଏହି ବୈଠକରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ, ଜୟପୁର ଉପଜିଲ୍ଲାପାଳ ସୁଶ୍ରୀ ଆକାଭାରମ ସସ୍ୟା ରେଡ୍ଡୀ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ଦାସ, କୋରାପୁଟ ବନଖଣ୍ଡ ଅଧିକାରୀ କେ ଭି ଭାସ୍କର ରାଓ, ଯୋଜନା ଓ ପର୍ଯ୍ୟବେକ୍ଷଣ ସହକାରୀ ନିର୍ଦ୍ଦେଶକ ଅଳକା ଜେନା, ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ। ସମୀକ୍ଷା ବୈଠକ ପରେ ନୋଡାଲ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିଥିଲେ। କୋରାପୁଟ ଠାରେ ନିର୍ମାଣଧିନ ୬୫୦ ଶଯ୍ୟା ବିଶିଷ୍ଟ ଅଧ୍ୟାପନା ହସପିଟାଲ ପରିଦର୍ଶନ କରିଥିଲେ। ଜୟପୁର ଠାରେ ନିର୍ମାଣଧିନ ସଦର ମହକୁମା ହସପିଟାଲ ଓ ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରିଥିଲେ। କୁନ୍ଦ୍ରା ବ୍ଲକର ଡଙ୍ଗରପାଉଁଶି ଠାରେ ସିଏମ୍ କିଶାନ, ପିଏମ୍ କିଶାନ ପ୍ରଧାନମନ୍ତ୍ରୀ ଆବସ ଯୋଜନା ଓସୁଭୁଦ୍ରା ଯୋଜନା ହିତାଧଇକାରୀଙ୍କ ସହ ସଚିବ ସିଧାସଳଖ କଥାବାର୍ତ୍ତା କରିଥିଲେ। କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ସହ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/9gZ6C8updS6zI7VV4Tji.jpg)