ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଆବୁଝମାଡ ଜଙ୍ଗଲରେ ଗତ ୧୨ ତାରିଖ ଦିନ ହୋଇଥିବା ନକ୍ସଲ ପୁଲିସ ମଧ୍ୟରେ ଗୁଳିବିନିମୟରେ ୭ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିଲା। ତେବେ ସମସ୍ତ ନକ୍ସଲଙ୍କର ଚିହ୍ନଟ ହୋଇଛି। ମୃତ ନକ୍ସଲ ମଧ୍ୟରୁ ୫ ଜଣ ପୁରୁଷ ଏବଂ ୨ ଜଣ ମହିଳା ନକ୍ସଲ ଅଟନ୍ତି। ତେବେ ଓଡ଼ିଶା ରାଜ୍ୟ କମିଟି ସଦସ୍ୟ ରାମଚନ୍ଦ୍ର ରାଓ ଓରଫ କାର୍ତ୍ତିକ ଅରଫ ଦସରୁର ମଧ୍ୟ ମୃତ୍ୟୁ ଘଟିଛି। ରାମଚନ୍ଦ୍ର ନାମରେ ସରକାର ୨୫ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ।
ସେହିପରି ଏସିଏମ ରୈନୀ ଅରଫ ସର୍ମିଲା ମାଡକମ ନାମରେ ୫ ଲକ୍ଷ ଟଙ୍କା ଏବଂ ଅନ୍ୟ ସମାରି ଅୟୋମ,ଗୁଡସା କଚ୍ଚା,ରେନୁ ପୋୟାମ,କମଲେଶ ଅରଫ କୋହଲା,ସମାରୁ ଅରଫ ମୋଟୁ ନାମରେ ସରକାର ୨ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ। ଏମାନେ ଦକ୍ଷିଣ ମାଡ ଡିଭିଜିନ,ପ୍ଲାଟୁନ ନମ୍ବର ୧୬,ଇନ୍ଦ୍ରାବତୀ ଏରିଆ କମିଟିର ସଦସ୍ୟ ଥିଲେ। ଚାରି ଜିଲ୍ଲା ମଧ୍ୟରୁ ନାରାୟଣପୁର,କୋଣ୍ଡାଗାଓଁ,ଦନ୍ତେଵାଡା ଏବଂ କାଂକେର ପୁଲିସ ତରଫରୁ ଚାରିଆଡୁ ଆକ୍ରମଣ ହୋଇଥିଲା। ୮ଟି ବନ୍ଧୁକ ସହ ବିସ୍ଫୋରକ,ପୋଷାକ,ପୁସ୍ତକ ସମେତ ଦୈନନ୍ଦିନ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା। ରାମଚନ୍ଦ୍ର ଦୀର୍ଘ ବର୍ଷ ଧରି ମାଓ ସଂଗଠନ ସହ ଜଡ଼ିତ ଥିଲା। ସେ ଜଣେ ଇଂଜିନିୟର ଛାତ୍ର। ରାମଚନ୍ଦ୍ରଙ୍କର ମୃତ୍ୟୁରେ ଦଳ ଏକ ପ୍ରକାର ଦୁର୍ବଳ ହେବ ବୋଲି କୁହାଯାଉଛି। ସେ ଜଣେ ଦକ୍ଷ କମ୍ରେଡ ଥିଲେ। ତାଂକର ଅନୁପସ୍ଥିତ ସଂଗଠନ ପାଇଁ ବହୁ କ୍ଷତି ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)