ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଆଜି ନାମାଙ୍କନ ଭରିଛନ୍ତି। ନିଜର ଦଳୀୟ କର୍ମୀ ଓ ସମର୍ଥକ ମାନଙ୍କ ଗହଣରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତାଙ୍କ ସହ ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି, ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଲ୍ଲା ମଲ୍ଲିକ, ଟୁକୁନି ସାହୁ, ବିଧାୟକ ଅଧିରାଜ ପାଣିଗ୍ରାହୀ, ଲେଖାଶ୍ରୀ ସାମନ୍ତସିଂହାର, ବର୍ଷା ସିଂ ବରିହା ପ୍ରମୁଖ ଉପସ୍ଥିତ ଥିଲେ।
ଆହୁରି ପଢ଼ନ୍ତୁ:ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
ସୂଚନାଯୋଗ୍ୟ ଗତ ୧୮ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଉଭୟ ବିଜେପି ଓ କଂଗ୍ରେସ। ବିଜେପିରୁ ଜୟ ଢୋଲକିଆ ଏବଂ କଂଗ୍ରେସରୁ ଘାସିରାମ ମାଝୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ଆସି ବିଜେପି ପ୍ରାର୍ଥୀ ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତାଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କଳାହାଣ୍ଡି ସାଂସଦ ମାଳବିକା ଦେଓ, ପୂର୍ବତନ ରାଜ୍ୟ ବିଜେପି ସଭାପତି ତଥା ପୂର୍ବତନ ଲୋକସଭା ସଦସ୍ୟ ବସନ୍ତ ପଣ୍ଡା ଓ ତାଙ୍କ ପୁତ୍ର ଅଭିନନ୍ଦନ ପଣ୍ଡା, ରାଜ୍ୟ ବିଜେପି ଉପସଭାପତି ଭବେନ୍ଦ୍ର ପଣ୍ଡା ପ୍ରମୁଖଙ୍କ ସମେତ କେତେକ ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କୁ ଶୋଭାଯାତ୍ରାରେ ଦେଖିବାକୁ ମିଳିଥିଲା।
ଆହୁରି ପଢ଼ନ୍ତୁ:ଦୀପାବଳିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଆଜି ନାମାଙ୍କନ ଦାଖଲର ଶେଷ ଦିନ
ଆଜି ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ଏହାପରେ ଉପନିର୍ବାଚନ ପାଇଁ ଜମିବ ପ୍ରଚାର। ମନ୍ତ୍ରୀ, ବିଧାୟକ ଓ ଛାମୁଆ ନେତା ନୂଆପଡ଼ାର ଗାଁ ଗାଁରେ ବୁଲିଲେଣି । ବିଜେପି ୧୫ ମାସର ସଫଳତାକୁ ପ୍ରସଙ୍ଗ କରିଥିବାବେଳେ କଂଗ୍ରେସ ଆଇନଶୃଂଖଳାକୁ ପ୍ରସଙ୍ଗ କରିଛି। ବିଜେଡି ମଧ୍ୟ ନୂଆପଡ଼ା ପାଇଁ ରଣନୀତି କରୁଛି। ଆଗକୁ ନୂଆପଡ଼ାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ଜୁଏଲ୍ ଓରାମ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ସମେତ ବହୁ ତାରକା ପ୍ରଚାରକ ଆସିବାକୁ ଥିବାରୁ, ପ୍ରଚାର ମଇଦାନ ଆହୁରି ସରଗରମ ହେବ ବୋଲି ଜଣାଯାଇଛି।
ବିଜେଡି ଲାଗି ଅଗ୍ନିପରୀକ୍ଷା
କ୍ଷମତାକୁ ଆସିଲା ପରେ ବିଜେପି ପ୍ରଥମ ଥର ପାଇଁ ଉପନିର୍ବାଚନର ସାମନା କରୁଥିବାରୁ ଏହା ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଛି। ତେଣେ ଏହା ବିଜେଡି ଲାଗି ଅଗ୍ନିପରୀକ୍ଷା ସଦୃଶ। କାରଣ ନିର୍ବାଚନୀ ରଣନୀତିର ପ୍ରଥମ ପର୍ଯ୍ୟାୟରେ ଦିବଂଗତ ବିଜେଡି ବିଧାୟକଙ୍କ ପୁଅ ଜୟ ଢୋଲକିଆଙ୍କୁ ନିଜ ପକ୍ଷକୁ ଆଣି ପ୍ରାର୍ଥୀ କରାଇବାରେ ବିଜେପି ସଫଳ ହୋଇଛି।
by-election | BJD
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/20/snehangini-chhuria-2025-10-20-13-12-37.png)