ଘୁ.ଉଦୟଗିରି: ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଓଡ଼ିଆ ଚଳଚିତ୍ର "ସନାତନୀ" ମାଧ୍ୟମରେ ଟାର୍ଗେଟ କରାଯାଇଥିବା ନେଇ ଅଭିଯୋଗ ଆସିଛି। କର୍ମ ହିଁ ଧର୍ମରେ ଲୁଣ୍ଠନ କାରୀ, ପ୍ରତାରଣାକାରୀ, ପ୍ରଲୋଭନକାରୀ ଓ ଜମି ହଡ଼ପକାରୀ ଭାବରେ ପ୍ରଦର୍ଶିତ କରିଥିବା ଅଭିଯୋଗରେ ଗୁରୁବାର କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ଖ୍ରୀଷ୍ଟିଆନ ସମୁଦାୟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନୀୟ ତହସିଲଦାର ରଞ୍ଜନ କୁମାର ସାହୁଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି l
ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚାର ସଂଯୋଜକ ହନକ ଦିଗାଳ, ଭିମଆର୍ମି ଜିଲ୍ଲା ସଭାପତି ଫିରୋଜ ଦିଗାଲ, ଗଗନ ପ୍ରଧାନ, ପୂର୍ବତ୍ତନ ବ୍ଲକ କଂଗ୍ରେସ ସଭାପତି ଟାର୍ଜନ ସାହୁ, ପୁରେଶ ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଅବକାଶ ନାୟକ, ଟୁନା ନାୟକ, ମହାନନ୍ଦ ପ୍ରଧାନ, ବିଦ୍ୟାଧର ନାୟକ, ଆଲୋକ କୁମାର ନାୟକ, ସତ୍ୟବାଦୀ ଦିଗାଳ, ଆଲଫାନସ ରାଜ, ନଳିନୀ ଚନ୍ଦ୍ର ନାୟକ, ପ୍ରଶାନ୍ତ ଦିଗାଳ, ସଂଜୀବ ଦିଗାଳଙ୍କ ସମେତ ବହୁ ସଂଖ୍ୟା ଲଘୁ ସମ୍ପ୍ରଦାୟ ଦାୟର ନେତା, ସଚେତନ ନାଗରିକ ଓ ସଦସ୍ୟ ଉପସ୍ଥିତ ଥିଲେl
କନ୍ଧମାଳ ଜିଲ୍ଲା ଶାନ୍ତିପ୍ରିୟ ଜିଲ୍ଲାl ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି କହିବା ସହ "ସନାତନୀ" ଚଳଚିତ୍ରକୁ ସମ୍ପୂର୍ଣ୍ଣ ବ୍ୟାନ କରିବା ପାଇଁ ଦାବୀ କରିଛି ଘୁ.ଉଦୟଗିରି ଖ୍ରୀଷ୍ଟିୟାନ ସମୁଦାୟl ଏହି ଚଳଚିତ୍ରରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ ଏପରି ଉପସ୍ଥାପନା କରି କଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି ସରକାର, ପ୍ରଯୋଜକ ଓ ଅଭିନେତା ବୋଲି ପ୍ରଶ୍ନ କରିଛନ୍ତି?
ଭାରତ ଏକ ଧର୍ମ ନିରପେକ୍ଷ ଗଣତାନ୍ତ୍ରିକତନ୍ତ୍ର ରାଷ୍ଟ୍ରl ଭାରତୀୟ ସମ୍ବିଧାନ ସମସ୍ତଙ୍କୁ ସମାନ ଭାବରେ ବଞ୍ଚିବାକୁ ଅଧିକାର ଦେଇଛିl ତେଣୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ ଏପରି ଚରିତ୍ର ଚିତ୍ରଣ କରି ଉପସ୍ଥାପନା କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଘଟଣା ବୋଲି ଦୃଡ଼ ନିନ୍ଦା କରିଛନ୍ତି ଭିମଆର୍ମି ଜିଲ୍ଲା ସଭାପତି ଫିରୋଜ ଦିଗାଳl ଯଦି ସରକାର ଏଥି ପ୍ରତି ଯତ୍ନବାନ ନ ହୁଅନ୍ତି ତାହାଲେ ଆଗାମୀ ଦିନରେ ଖ୍ରୀଷ୍ଟିଆନ ସମୁଦାୟ ପକ୍ଷରୁ ତୀବ୍ର ବିରୋଧ କରାଯିବ ବୋଲି କହିଛନ୍ତି ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚାର ସଂଯୋଜକ ହନକ ଦିଗାଳl ଦେଶରେ ହେଉବା ରାଜ୍ୟରେ ହେଉ ସମାଜରେ ଭାଇ ଚାରା, ଏକତା, ସମାନତା ସୃଷ୍ଟି କରିବାରେ ବିଭିନ୍ନ ଚଳଚିତ୍ର ମୁଖ୍ୟ ଭୂମିକା ଗ୍ରହଣ କରି ଥାଏl ଯାହାକି ଆମର ନଜିର ରହିଛିl
ଓଡିଆ ଚଳଚ୍ଚିତ୍ର "ସନାତନୀ" କର୍ମହିଁ ଧର୍ମରେ ଏକ ନିର୍ଦ୍ଧିଷ୍ଟ ଧର୍ମକୁ ଆକ୍ଷେପ କରି ଖଳନାୟକ ଭାବେ ପ୍ରଦର୍ଶିତ କରିବା ପୃଥିବୀର ବୃହତମ ଗଣତାନ୍ତ୍ରିକ ରାଷ୍ଟ ପ୍ରତି ଲଜ୍ଜାଜନକ ଘଟଣା ଓ ଶୁଭଙ୍କର ନୁହେଁl ତେଣୁ ସରକାର ତୁରନ୍ତ ସମ୍ବିଧାନକୁ ସୁରକ୍ଷା ଦେବା ପାଇଁ ଉଚିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଯୁବନେତା ତଥା ସାମ୍ବାଦିକ ଗଗନ କୁମାର ପ୍ରଧାନ କହିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅପିଲ କରିଛନ୍ତିl
ଏହି ଚଳଚିତ୍ର ଟ୍ରେଲର ଆସିବା ପରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଏକ ପ୍ରକାର ଭୟଭୀତ ଅବସ୍ଥାରେ ମାନସିକ ଚାପରେ ରହୁ ଥିବା କହିଛି ଖ୍ରୀଷ୍ଟିଆନ ସମୁଦାୟl ତେଣୁ ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ଗ୍ରହଣ କରି ଲୋକଙ୍କ ମନରେ ଥିବା ଭୟକୁ ଦୁର କରିବା ପାଇଁ ତୁରନ୍ତ ଉଚ୍ଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛି ଘୁ.ଉଦୟଗିରି ଖ୍ରୀଷ୍ଟିଆନ ସମୁଦାୟl
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/01/30/GKbYU6MeYuj2rydnuMjX.jpg)