ଭଞ୍ଜନଗର: ମଣିପୁରର ଚାନ୍ଦେଲ ଜିଲ୍ଲାର ଏସ୍ପି ଭାବେ ଯୋଗ ଦେଇଛନ୍ତି ଭଞ୍ଜନଗର ଝିଅ ବବିତା ରାଣୀ। ଏଭଳି ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସି ଖେଳିବା ସହ ଶୁଳଭେଚ୍ଛାର ସୁଅ ଛୁଟିଛି। ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ବାସିନ୍ଦା କୃଷ୍ଣଚନ୍ଦ୍ର ସ୍ବାଇଁଙ୍କ ଝିଅ ବବିତାରାଣୀ ସ୍ବାଇଁ। ସେ ୟୁପିଏସ୍ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ବର୍ତ୍ତମାନ ମଣିପୁର କ୍ୟଡରରେ ଏସ୍ପି ଭାବେ ନିଯୁକ୍ତି ପାଇବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବବିତା ୨୦୨୦ ମସିହାରେ ୟୁପିଏସ୍ସି ପରୀକ୍ଷାରେ ସଫଳତା ହାସଲ କରି ଆଇପିଏସ୍ ଭାବେ ତାଙ୍କର ସଫଳତାର ଯାତ୍ରା ଆରମ୍ଭ କରିଥିଲେ।
ପ୍ରଥମେ ମହିଶୂରରେ ୩ ମାସ ଟ୍ରେନିଂ ସାରିବା ପରେ ହାଇଦ୍ରାବାଦର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପୁଲିସ୍ ଏକାଡେମୀରେ ସଫଳତାର ସହ ଏକବର୍ଷ ପର୍ଯ୍ୟନ୍ତ ସମସ୍ତ ତାଲିମ ଗ୍ରହଣ କରିଥିଲେ। ଏହାପରେ ସେ ମଣିପୁରର ଇମ୍ଫାଲ ଇଷ୍ଟରେ ଏସଡିପିଓ ଓ ପରେ ପୋରମପେଟ ଏସଡିପିଓ ଭାବେ କାର୍ଯ୍ୟ କରି ଥିଲେ। ଗତ ମାସ ୨୮ ତାରିଖରେ ବବିତାଙ୍କୁ ରାଜ୍ୟପାଳ ଟାମେନଗୋଲଙ୍ଗ ଏସ୍ପି ଭାବେ ବଦଳି କରିଥିଲେ। ସେଠାରେ ଅଳ୍ପ ଦିନ କାର୍ଯ୍ୟ କରିବା ପରେ ପୁଣି ତାଙ୍କୁ ମଣିପୁର ଗୁରୁତ୍ବପୂର୍ଣ୍ଣ ଇଲାକା ଭାବେ ପରିଚିତ ଚାଣ୍ଡେଲ ଏସପି ଭାବେ ବଦଳି ହୋଇଥିଲା। ଏହାପରେ ବବିତା ତାଙ୍କର ନୂତନ କାର୍ଯ୍ୟରେ ଯୋଗ ଦେଇଥିବା ତାଙ୍କ ବାପା ପ୍ରକାଶ କରିଛନ୍ତି।
ବବିତା ପ୍ରଥମେ ମହିଶୂରରେ ୩ ମାସ ଟ୍ରେନିଂ ସାରିବା ପରେ ହାଇଦ୍ରାବାଦର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପୁଲିସ୍ ଏକାଡେମୀରେ ସଫଳତାର ସହ ଏକବର୍ଷ ପର୍ଯ୍ୟନ୍ତ ସମସ୍ତ ତାଲିମ ଗ୍ରହଣ କରିଥିଲେ। ଏହାପରେ ସେ ମଣିପୁରର ଇମ୍ଫାଲ ଇଷ୍ଟରେ ଏସଡିପିଓ ଓ ପରେ ପୋରମପେଟ ଏସଡିପିଓ ଭାବେ କାର୍ଯ୍ୟ କରି ଥିଲେ।
/sambad/media/media_files/2025/03/03/9b117406-4926-4c0e-ba12-2e271ca77072-672011.jpg)
ବବିତା ହେଉଛନ୍ତି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପୂର୍ବତନ ଛାତ୍ରୀ। ତାଙ୍କ ବାପା ବନ ବିଭାଗର ଜଣେ ଅଧିକାରୀ ରହିଥିଲେ। ତାରସିଂ,ଘୋଗଡ,ବେରୁଆଁବାଡି ଭଳି ଉପାନ୍ତ ଜଙ୍ଗଲି ଇଲାକାରେ କାର୍ଯ୍ୟ କରିବା ସମୟରେ ସେହି ଅଞ୍ଚଳରେ ହିଁ ଝିଅ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲା । ସେହି ସମୟରୁ ହିଁ ସହନଶୀଳତା ଶିକ୍ଷିବା ସହ ସେ ମାନସିକ ଭାବେ ବହୁତ ବଳିଷ୍ଠ କରିବାରେ ସହାୟକ ହୋଇଥିଲା। ଭୂବନେଶ୍ବରରେ ଆଇଆଇଆଇଟି ପଢିବା ସହ ବିନା କୋଚିଂରେ ସେ ୟୁପିଏସ୍ସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଶ୍ରୀ ସ୍ବାଇଁ ପ୍ରକାଶ କରିଛନ୍ତି। ଜଣେ ଯୁବ ଆଇପିଏସ୍ ଅଧିକାରୀ ଭାବେ ବବିତାଙ୍କ କାର୍ଯ୍ୟ ନିପୁଣତା ବେଶ ପ୍ରଶଂସନୀୟ ହୋଇଥିବା ବେଳେ ଏଭଳି ସଫଳତା ଯୁବପିଢୀ ପାଇଁ ପ୍ରେରଣା ସାଜିଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/03/03/fbb0ff37-7064-49f1-9688-f45d674949f7-149566.jpg)