ଭୁବନେଶ୍ବର: ପେଟ ପାଳିବା ପାଇଁ ଓମାନ ଯାଇଥିବା ଜଣେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ଖୋର୍ଦ୍ଧାଜିଲ୍ଲା ଅନ୍ତର୍ଗତ କପିଳପ୍ରସାଦ ଗ୍ରାମର ଶେଖ୍ ଜଲୀଲ ଉଦ୍ଦିନଙ୍କ ପୁଅ ଜାଫର ଉଦ୍ଦୀନ। ତାଙ୍କର ମରଶରୀର ଆଣିବା ପାଇଁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଉଦ୍ୟମ କରିଛନ୍ତି।
ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଓମାନରେ ମୃତ ଓଡିଆ ଯୁବକ ଶେଖ ଜାଫର ଉଦ୍ଦିନଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ଓମାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ କପିଳ ପ୍ରସାଦ ଗ୍ରାମର ଶେଖ ଜଲୀଳ ଉଦ୍ଦିନଙ୍କ ପୁଅ ଜାଫର ଉଦିନ ଏକ ଘରୋଇ କମ୍ପାନିରେ ଶ୍ରମିକ ଭାବେ କାମ କରୁଥିଲେ। ସେଠାରେ କୌଣସି କାରଣରୁ ତାଙ୍କର ଗତ ୭ ତାରିଖରେ ମୃତ୍ୟୁ ହୋଇଥବା କମ୍ପାନି କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇଥିଲେ। ଜାଫରଙ୍କ ପତ୍ନୀ ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ତାଙ୍କ ଗ୍ରାମକୁ ଫେରାଇ ଆଣିବା ପାଇଁ ପୂର୍ବତନ କୋର୍ପୋରେଟର ମଣ୍ଟୁ ନନ୍ଦଙ୍କ ଜରିଆରେ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ମରଶରୀରକୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବା ନିବେଦନ କରିଛନ୍ତି।
Odisha | Khordha
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/09/12/new-project-32-2025-09-12-20-44-45.jpg)