ଜଳେଶ୍ଵର: ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲା ଦୁର୍ଗାପୁର ମେଡିକାଲ କଲେଜରେ ଅଧ୍ୟୟନରତ ଦ୍ବିତୀୟ ବର୍ଷର ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପଶ୍ଚିମବଙ୍ଗ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କ ସହ ସ୍ଥାନୀୟ କିଛି ଲୋକଙ୍କ ବୟାନ ଆଧାରରେ ମୋଟ ୫ ଜଣଙ୍କୁ ଚିହ୍ନଟ କରାଯାଇଥିବା କୁହାଯାଉଛି। ସମସ୍ତ ଅଭିଯୁକ୍ତ ମେଡିକାଲ କଲେଜକୁ ଲାଗିଥିବା ଜଙ୍ଗଲ ମହଲ ଇଲାକାର ବୋଲି ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ମୋବାଇଲ ଟ୍ରାକିଂ କରି ପାରାନଗଞ୍ଜ ଜଙ୍ଗଲରୁ ଗିରଫ କରାଯାଇଛି। ଗିରଫ ୩ ଜଣ ଅଭିଯୁକ୍ତଙ୍କ ଠାରୁ ଘଟଣା ସମ୍ପର୍କରେ ଜାଣିବା ପାଇଁ ଏସଆଇଟି(ସ୍ପେଶାଲ୍ ଇନଭେଷ୍ଟିଗେସନ ଟିମ୍)ମାରାଥନ ଜେରା କରୁଛି। ଅନ୍ୟ ୨ ଜଣଙ୍କୁ ଗିରଫ ପାଇଁ ସେହି ପାରାନଗଞ୍ଜ ଜଙ୍ଗଲ ମଧ୍ୟରେ ଡ୍ରୋନ ସହାୟତାରେ ତଲାସୀ କରାଯାଉଛି।
ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ବାଲେଶ୍ଵର ଜିଲ୍ଲା ପ୍ରଶାସନର ଏକ ଦୁଇ ଜଣିଆ ଟିମ୍ ଦୁର୍ଗାପୁରରେ ପହଞ୍ଚି ପୀଡ଼ିତାଙ୍କ ବାପାମାଙ୍କୁ ଦେଖା କରିଛି। ପୀଡ଼ିତା ଓ ତାଙ୍କ ପରିବାର ସହ ଓଡ଼ିଶା ସରକାର ରହିଛନ୍ତି ବୋଲି ଏହି ଟିମ୍ ବାପାମାଆଙ୍କୁ ସାକ୍ଷାତ ସମୟରେ ଆଶ୍ବସ୍ତ କରିଛି। ଏଣେ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରି ମୁଖ୍ୟମନ୍ତ୍ରୀ ଦରକାର।
ଅନ୍ୟ ପକ୍ଷରେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ବାଲେଶ୍ଵର ଜିଲ୍ଲା ପ୍ରଶାସନର ଏକ ଦୁଇ ଜଣିଆ ଟିମ୍ ଦୁର୍ଗାପୁରରେ ପହଞ୍ଚି ପୀଡ଼ିତାଙ୍କ ବାପାମାଙ୍କୁ ଦେଖା କରିଛି। ପୀଡ଼ିତା ଓ ତାଙ୍କ ପରିବାର ସହ ଓଡ଼ିଶା ସରକାର ରହିଛନ୍ତି ବୋଲି ଏହି ଟିମ୍ ବାପାମାଆଙ୍କୁ ସାକ୍ଷାତ ସମୟରେ ଆଶ୍ବସ୍ତ କରିଛି। ସେହିପରି ଏସଆଇଟି ଘରୋଇ ମେଡିକାଲ କଲେଜରେ ଲାଗିଥିବା ସମସ୍ତ ସିସିଟିଭିର ଫୁଟେଜ ସଂଗ୍ରହ କରିବା ସହ ଜଙ୍ଗଲ ଇଲାକା ମଧ୍ୟରେ ଥିବା କଲେଜ ସୁରକ୍ଷା ବ୍ୟବସ୍ଥା କିପରି ସେନେଇ ସମୀକ୍ଷା କରିଛି।
ଏଣେ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରି ମୁଖ୍ୟମନ୍ତ୍ରୀ ଦରକାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/10/12/new-project-3-2025-10-12-12-01-40.jpg)