ଭୁବନେଶ୍ବର: କୋଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ଓଡ଼ିଶା ସରକାର ସତର୍କ ହୋଇଛନ୍ତି। ରାଜ୍ୟର ଡାକ୍ତର, ମେଡିକାଲ ଛାତ୍ରଛାତ୍ରୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ଦେବା ପାଇଁ ଗାଇଡ ଲାଇନ୍ ଜାରି କରିଛନ୍ତି। କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଗାଇଡ ଲାଇନ୍ ଜାରି କରାଯାଇଛି। ଡାକ୍ତରଖାନାରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ, ଡାକ୍ତରୀ ଛାତ୍ର ଓ ଡାକ୍ତରଙ୍କ ସୁରକ୍ଷାକୁ ସର୍ବାଧ‌ିକ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର।

Advertisment

ଗାଇଡଲାଇନ୍‌ ଅନୁସାରେ ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ। କର୍ମଚାରୀଙ୍କ ପାଇଁ ପରିଚୟପତ୍ର ଓ ଡ୍ରେସ କୋଡ ରହିବ। ଜରୁରୀ ଇଣ୍ଡୋର ରୋଗୀଙ୍କ ସହାୟକଙ୍କ ପାଇଁ ପାସ୍ ଆବଶ୍ୟକ ବ୍ୟବସ୍ଥା କରାଯିବ। ସବୁ ଓପିଡିରେ ଉଭୟ ପୁରୁଷ ଓ ମହିଳା ସୁରକ୍ଷାକର୍ମୀ ରହିବେ। ହସ୍ପିଟାଲର ପ୍ରମୁଖ ସ୍ଥାନମାନଙ୍କରେ ସିସିଟିଭି ବାଧ୍ୟତାମୂଳକ।

ସେହିପରି ସୁରକ୍ଷାକର୍ମୀଙ୍କ ପାଇଁ ଏକ କଣ୍ଟେଲ ରୁମ ରହିବ। ମହିଳା ଡାକ୍ତର ଓ କର୍ମଚାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ସହ ଘରେ ଛଡ଼ାଯିବ। ସରକାରୀ ମେଡିକାଲ କଲେଜରେ ପୁଲିସ ଆଉଟପୋଷ୍ଟ ରହିବ। ସବୁ ସମୟରେ ମହିଳା ପୁଲିସ ନିୟୋଜିତ ରହିବେ। ମେଡିକାଲ ଛାତ୍ରଛାତ୍ରୀଙ୍କ ସହ ହିଂସା ହେଲେ, ୬ ଘଣ୍ଟାରେ ଏଫଆଇଆର ହିଂସା ବିରୋଧରେ ଏସପି ତ୍ବରିତ ପଦକ୍ଷେପ ନେବେ।