ଭଦ୍ରକ/ ବରପଦା: ଭଦ୍ରକ ବ୍ଲକ ଅନ୍ତର୍ଗତ ଓଲଙ୍ଗ ପଂଚାୟତ ଅଧିନସ୍ଥ ୮ ନମ୍ବର ୱାର୍ଡର ପୂର୍ବତନ ୱାର୍ଡ ମେମ୍ବର ରାମଚନ୍ଦ୍ର ପଣ୍ଡା(୬୦)ଙ୍କର ଆଜି ସକାଳ ସମୟରେ ମୃତ୍ୟୁ ଘଟିଛି। ତାଙ୍କୁ ଏକ ବିଷାକ୍ତ ପୋକ ‘ଭୂଇଁରୋଳ’ କାମୁଡ଼ି ଲହୁଲୁହାଣ କରିଦେଇଥିଲେ। ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି।
ରାମଚନ୍ଦ୍ର ପଣ୍ଡା ଗତକାଲି ଦିନରେ ପୂଜା ସାରି ଫେରିବାବେଳେ ଓଲଙ୍ଗ ଶାସନସ୍ଥ ଏକ ଝଙ୍କାଳିଆ ବାଉଁଶ ବୁଦାରୁ ଭୂଇଁରୋଳ ପୋକ ବାହାରି ତାଙ୍କୁ ଗଭୀର କ୍ଷତାକ୍ତ କରିଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ବରପଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରି ଘରକୁ ନେଇ ଆସିଥିଲେ।
ଘଟଣାରୁ ପ୍ରକାଶ ରାମଚନ୍ଦ୍ର ପଣ୍ଡା ଗତକାଲି ଦିନରେ ପୂଜା ସାରି ଫେରିବାବେଳେ ଓଲଙ୍ଗ ଶାସନସ୍ଥ ଏକ ଝଙ୍କାଳିଆ ବାଉଁଶ ବୁଦାରୁ ଭୂଇଁରୋଳ ପୋକ ବାହାରି ତାଙ୍କୁ ଗଭୀର କ୍ଷତାକ୍ତ କରିଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ବରପଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରି ଘରକୁ ନେଇ ଆସିଥିଲେ। ରାତିରେ ଅସହ୍ୟ ଯନ୍ତ୍ରଣା ହେବାରୁ ଆଜି ସକାଳେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ମୃତ୍ୟୁ ଘଟିଥିଲା। ଏଥିପାଇଁ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ୪୧/୨୫ରେ ଏକ ମାମଲା ରୁଜୁ ହୋଇଛି। ରାମଚନ୍ଦ୍ର ଜଣେ ମେଲାପୀ ସ୍ୱଭାବର ବ୍ୟକ୍ତି ଥିବା ବେଳେ ତାଙ୍କର ମୃତ୍ଯୁରେ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।
Bhadrak
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/08/bdk-2025-08-08-17-39-20.jpg)