କୋକସରା: କଳାହାଣ୍ଡିଜିଲ୍ଲା କୋକସରା ଥାନା ଲଡ଼ୁଗାଁ ଗ୍ରାମ ଛେଲିଆପଡାର ଟିକଚନ ନାଗ (୫୫) ଓରଫ କାଳିଆ ନାମକ ଜଣେ ବୃଦ୍ଧ ଗତକାଲି ଅପରାହ୍ନରେ ଶୌଚ ହେବାକୁ ଯାଇ କେନାଲ ସାଇଫନ ପାଣିରେ ପଡ଼ି ମୃତ୍ୟୁବରଣ କରିଥିବା ନେଇ ଅଭିଯୋଗ ହେଉଛି।
ଟିକଚନ ଗତକାଲି ଅପରାହ୍ଣରେ ଶୌଚ ପାଇଁ ଯାଇଥିଲେ ଓ ଶୌଚ ପରେ କେନାଲ କଡ଼ରେ ଥିବା ସାଇଫନ ପାଣିରେ ପଡ଼ି ବୁଡ଼ି ଯାଇଥିଲେ।ଏହି ରାସ୍ତା ଦେଇ ଯାଉଥିବା କିଛି ସ୍ଥାନୀୟ ଲୋକ ପାଣିରେ ଟିକଚନ ପାଣିରେ ପଡ଼ି ଯାଇଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏହାପରେ ପରିବାର ଲୋକେ ଉଦ୍ଧାର କରି ଏକ ଅଟୋ ଯୋଗେ କୋକସରା ଡାକ୍ତରଖାନାକୁ ଆଣିଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଆହୁରି ପଢ଼ନ୍ତୁ: National Herald Case: ସୋନିଆ-ରାହୁଲଙ୍କ ବିରୋଧରେ ଇଡି ଦାଖଲ କରିଥିବା ଚାର୍ଜସିଟ୍ ଉପରେ ଶୁଣାଣି କରିବାକୁ ମନା କଲେ କୋର୍ଟ
ଆଜି ଶବ ବ୍ୟବଚ୍ଛେଦ କରାଯିବ
ମୃତକଙ୍କ ଶବକୁ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ଆଜି ଶବ ବ୍ୟବଚ୍ଛେଦ କରାଯିବ। ଖବର ପାଇ କୋକସରା ପୁଲିସ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଟିକଚନ ଗରିବ ଶେଣୀର ହୋଇ ଥିବା ବେଳେ କୁଲିମଜୁରୀ କରି ପରିବାରକୁ ଚଳାଉ ଥିଲେ। ତାଙ୍କ ବିୟୋଗରେ ପରିବାର ବେସାହାରା ହୋଇ ପଡ଼ିଛନ୍ତି।
ଆହୁରି ପଢ଼ନ୍ତୁ: Guardians Locked School Gate ବିଦ୍ୟାଳୟରୁ ଚାଉଳ ହଡ଼ପ ଘଟଣାରେ ତାତିଲେ ଅଭିବାବକ, ବିଦ୍ୟାଳୟ ଫାଟକରେ ତାଲା ମାରି ପ୍ରତିବାଦ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/16/untitled-2025-12-16-13-10-40.png)