ରାଉରକେଲା: ଆଜି ଭୋର ସମୟରେ ଶୌଚ ଯାଇଥିବା ଜଣେ ବୃଦ୍ଧଙ୍କୁ କଚାଡ଼ି ମାରିଛି ହାତୀ l ମୃତକ ହେଲେ ହମିରପୁର କିଷାନବସ୍ତିର ସୁଧୁ ବଡ଼ାଇକ (୭୫) l ସେକ୍ଟର ୧୯ ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି l
ସୁଧୁ ଆଜି ଭୋର ପ୍ରାୟ ୫ଟାରେ ହମିରପୁର ନିକଟ ପଡ଼ିଆକୁ ଶୌଚ କରିବାକୁ ଯାଇଥିଲେ l ଘନ କୁହୁଡ଼ି ଥିବାରୁ ଏକାକୀ ବୁଲୁଥିବା ହାତୀକୁ ସେ ଦେଖି ପାରି ନ ଥିଲେ l ହଠାତ୍ ସୁଧୁ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ l ହାତୀ ତାଙ୍କୁ ଘଟଣାସ୍ଥଳରେ କଚାଡ଼ି ମାରି ଦେଇଥିଲା l
ସୁଧୁ ଆଜି ଭୋର ପ୍ରାୟ ୫ଟାରେ ହମିରପୁର ନିକଟ ପଡ଼ିଆକୁ ଶୌଚ କରିବାକୁ ଯାଇଥିଲେ l ଘନ କୁହୁଡ଼ି ଥିବାରୁ ଏକାକୀ ବୁଲୁଥିବା ହାତୀକୁ ସେ ଦେଖି ପାରି ନ ଥିଲେ l ହଠାତ୍ ସୁଧୁ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ l ହାତୀ ତାଙ୍କୁ ଘଟଣାସ୍ଥଳରେ କଚାଡ଼ି ମାରି ଦେଇଥିଲା l ସ୍ଥାନୀୟ ଲୋକ ଦେଖି ପରିବାର ଓ ବନ ବିଭାଗକୁ ସୂଚନା ଦେଇଥିଲେ l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/11/12/a2fXDDTIVpS3eFbsyLy8.jpeg)