ଉଦଳା: ସକାଳୁ ସକାଳୁ ମର୍ଣ୍ଣିଙ୍ଗ ୱାକରେ ବାହାରି ଯାଇଥିବା ବେଳେ ବାଟରେ ଜଗି ବସିଥିଲା ଯମ| ଘର ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଏକ ଟାଟା ଏସି ଗାଡ଼ି ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ | ଏଭଳି ଅଭାବନୀୟ ଘଟଣା ଘଟିଛି କପ୍ତିପଦା ଥାନା ଝିଙ୍କପଦା ଗ୍ରାମ ନିକଟରେ| 

Advertisment

କପ୍ତିପଦା ଥାନା ଗଉଡ ଗାଁ ଅଞ୍ଚଳର କୃପାସିନ୍ଧୁ ସେଠୀ ଆଜି ସକାଳେ ଉଦଳା-କପ୍ତିପଦା ମୁଖ୍ଯ ରାସ୍ତାରେ ମର୍ଣ୍ଣିଙ୍ଗ ୱାକ କରୁଥିବା ବେଳେ ଝିଙ୍କପଦା ଛକ ନିକଟରେ କଟକରୁ ମାଲ ନେଇ ଦ୍ରୁତଗତିରେ ଫେରୁଥିବା ଏକ ଟାଟା ଏସି ତାଙ୍କୁ ପଛ ପଟରୁ ଧକ୍କା ଦେଇଥିଲା | କୃପାସିନ୍ଧୁ ରାସ୍ତା ଉପରେ ଛିଟକି ପଡ଼ିଥିବା ବେଳେ ଘଟଣାସ୍ଥଳ ରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା | ଅନ୍ଯପକ୍ଷରେ ଟାଟା ଏସି ଟିଏ ଭଡ଼ା କରି କଟକରୁ ମାଲ୍ ନେଇ ଆସୁଥିବା ଅମରେନ୍ଦ୍ର ସାମଲ ଦୁର୍ଘଟଣା ଶବ୍ଦ ଶୁଣି ଗାଡ଼ି ଅଟକାଇ ତଳକୁ ଓହ୍ଲାଇଥିଲେ | ଏହାର ସୁଯୋଗ ନେଇ ଚାଳକ ଜଣକ ଗାଡ଼ି ନେଇ ଦୁର୍ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା | ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବାର ପ୍ରତ୍ୟକ୍ଷଦର୍ଶୀମାନେ କହୁଥିବା ବେଳେ ଖବର ପାଇ କପ୍ତିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି | ଉକ୍ତ ଗାଡ଼ିକୁ ଭଡ଼ାସୂତ୍ର ରେ ନେଇଥିବା ଅମରେନ୍ଦ୍ରଙ୍କୁ ଅଟକ ରଖି ପଚରାଉଚରା କରିବା ସହିତ ଦୁର୍ଘଟଣା ଘଟାଇଥିବା ଟାଟା ଏସିକୁ ଖୋଜୁଛି ପୁଲିସ | ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଉଦଳା ଡାକ୍ତରଖାନାକୁ ପଠାଯାଇଛି |

ସୂଚନା ଅନୁଯାୟୀ କପ୍ତିପଦା ଥାନା ଗଉଡ ଗାଁ ଅଞ୍ଚଳର କୃପାସିନ୍ଧୁ ସେଠୀ ଆଜି ସକାଳେ ଉଦଳା-କପ୍ତିପଦା ମୁଖ୍ଯ ରାସ୍ତାରେ ମର୍ଣ୍ଣିଙ୍ଗ ୱାକ କରୁଥିବା ବେଳେ ଝିଙ୍କପଦା ଛକ ନିକଟରେ କଟକରୁ ମାଲ ନେଇ ଦ୍ରୁତଗତିରେ ଫେରୁଥିବା ଏକ ଟାଟା ଏସି ତାଙ୍କୁ ପଛ ପଟରୁ ଧକ୍କା ଦେଇଥିଲା | କୃପାସିନ୍ଧୁ ରାସ୍ତା ଉପରେ ଛିଟକି ପଡ଼ିଥିବା ବେଳେ ଘଟଣାସ୍ଥଳ ରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା | ଅନ୍ଯପକ୍ଷରେ ଟାଟା ଏସି ଟିଏ ଭଡ଼ା କରି କଟକରୁ ମାଲ୍ ନେଇ ଆସୁଥିବା ଅମରେନ୍ଦ୍ର ସାମଲ ଦୁର୍ଘଟଣା ଶବ୍ଦ ଶୁଣି ଗାଡ଼ି ଅଟକାଇ ତଳକୁ ଓହ୍ଲାଇଥିଲେ | ଏହାର ସୁଯୋଗ ନେଇ ଚାଳକ ଜଣକ ଗାଡ଼ି ନେଇ ଦୁର୍ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା | ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବାର ପ୍ରତ୍ୟକ୍ଷଦର୍ଶୀମାନେ କହୁଥିବା ବେଳେ ଖବର ପାଇ କପ୍ତିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି | ଉକ୍ତ ଗାଡ଼ିକୁ ଭଡ଼ାସୂତ୍ର ରେ ନେଇଥିବା ଅମରେନ୍ଦ୍ରଙ୍କୁ ଅଟକ ରଖି ପଚରାଉଚରା କରିବା ସହିତ ଦୁର୍ଘଟଣା ଘଟାଇଥିବା ଟାଟା ଏସିକୁ ଖୋଜୁଛି ପୁଲିସ | ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଉଦଳା ଡାକ୍ତରଖାନାକୁ ପଠାଯାଇଛି |