ବରଗଡ଼: ପାଇକମାଲ ଥାନା ଅନ୍ତର୍ଗତ ପାଇକମାଲ-ନୂଆପଡ଼ା ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ରାସ୍ତାରେ ଏକ କିୟା ସୋନେଟ କାର୍ ଜଣେ ବୃଦ୍ଧଙ୍କୁ ପଛ ପଟୁ ପିଟିଥିଲା। ଯାହା ଫଳରେ ଘଟଣା ସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା। ଗାଡ଼ିଚାଳକ ପାଇକମାଲ ମାଣ୍ଡୋସିଲ ଗ୍ରାମର ଦୁଷ୍ମନ୍ତ କୁମାର ସାହୁ ବୋଲି ଜଣା ଯାଇଥିବା ବେଳେ ମୃତ ବ୍ୟକ୍ତିଙ୍କ ନାମ ନାଥ ଆଗଜର।
ପାଇକମାଲ ଥାନା ଅନ୍ତର୍ଗତ ପାଇକମାଲ-ନୂଆପଡ଼ା ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ରାସ୍ତାରେ ଏକ କିୟା ସୋନେଟ କାର୍ ଜଣେ ବୃଦ୍ଧଙ୍କୁ ପଛ ପଟୁ ପିଟିଥିଲା। ଯାହା ଫଳରେ ଘଟଣା ସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା। ଗାଡ଼ିଚାଳକ ପାଇକମାଲ ମାଣ୍ଡୋସିଲ ଗ୍ରାମର ଦୁଷ୍ମନ୍ତ କୁମାର ସାହୁ ବୋଲି ଜଣା ଯାଇଥିବା ବେଳେ ମୃତ ବ୍ୟକ୍ତିଙ୍କ ନାମ ନାଥ ଆଗଜର। ସେ ପାଇକମାଲ ସ୍ଥିତ ଡୁଙ୍ଗୁରିପାଲି ଗ୍ରାମର ବାସିନ୍ଦା ବୋଲି ଜଣା ଯାଇଛି। ତେବେ ଅଭିଯୁକ୍ତକୁ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅଟକ ରଖିଥିବା ବେଳେ ନ୍ୟାୟ ଦାବି କରି ଡୁଙ୍ଗୁରିପାଲି ଗ୍ରାମବାସୀ ରାସ୍ତାରୋକ କରିଛନ୍ତି।
ସେ ପାଇକମାଲ ସ୍ଥିତ ଡୁଙ୍ଗୁରିପାଲି ଗ୍ରାମର ବାସିନ୍ଦା ବୋଲି ଜଣା ଯାଇଛି। ତେବେ ଅଭିଯୁକ୍ତକୁ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅଟକ ରଖିଥିବା ବେଳେ ନ୍ୟାୟ ଦାବି କରି ଡୁଙ୍ଗୁରିପାଲି ଗ୍ରାମବାସୀ ରାସ୍ତାରୋକ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/09/07/untitled-2025-09-07-13-39-11.png)