ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଅଙ୍ଗାରୁଆ ଗ୍ରାମର ଜନୈକ ବୃଦ୍ଧ ଋଣ ବୋଝ ସମ୍ଭାଳି ନପାରି ଗଛରେ ଦୌଡ଼ି ଲଗେଇ ଜୀବନ ହାରିଛନ୍ତି। ମୃତ ବ୍ୟକ୍ତି ହେଲେ ଅଙ୍ଗରୁଆ ଗ୍ରାମର ସ୍ବର୍ଗତ ବୁଦ୍ଧିଆ ସିଂଙ୍କ ପୁଅ ସନାତନ ସିଂ (୫୫)l
ପ୍ରାପ୍ତ ସୂଚନା ଅନୁଯାଇ ସନାତନ କିଛିଦିନ ପୂର୍ବରୁ ଏକ ଘରୋଇ ଋଣ ପ୍ରଦାନକାରୀ ସଂସ୍ଥାରୁ ଏସ୍ଏଚଜି ଗ୍ରୁପ ଜରିଆରେ କିଛି ଟଙ୍କା ଋଣ ସୂତ୍ରରେ ନେଇଥିଲେ l ପରେ ଉକ୍ତ ଋଣ ଟଙ୍କାକୁ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଧାର ସୂତ୍ରରେ ଦେଇଥିଲେl ହେଲେ ଦିନ ପରେ ଦିନ ଗଡ଼ି ଚାଲିଥିଲେ ବି ତାଙ୍କ ସମ୍ପର୍କୀୟ ଋଣର ଗୋଟିଏ ହେଲେ କିସ୍ତି ସନାତନକୁ ପ୍ରଦାନ କରି ନଥିଲେ, ଯେଉଁଥିପାଇଁ ସନାତନ ବି ଋଣ ଟଙ୍କା ପରିଶୋଧ କରିପାରୁ ନଥିଲେl
ଅନ୍ୟପଟେ ଋଣ ଦେଇଥିବା ସଂସ୍ଥାର କର୍ମଚାରୀମାନେ ବାରମ୍ବାର ଆସି ସନାତନଙ୍କ ଘରେ ପହଞ୍ଚି ପାଟିଗୋଳ କରିବା ସହିତ ଧମକ ମଧ୍ୟ ଦେଉଥିଲେl ଏହାକୁ ନେଇ ସନାତନ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଗତ ସୋମବାର ଦିନ ଝଗଡା ମଧ୍ୟ ହୋଇଥିଲା ଓ ସନାତନ ମଧ୍ୟ ଜୀବନ ହାରିବା ନେଇ ଧମକ ଦେଇଥିବାର ସୂଚନା ମିଳିଛିl
ଋଣ ଦେଇଥିବା ସଂସ୍ଥାର କର୍ମଚାରୀମାନେ ବାରମ୍ବାର ଆସି ସନାତନଙ୍କ ଘରେ ପହଞ୍ଚି ପାଟିଗୋଳ କରିବା ସହିତ ଧମକ ମଧ୍ୟ ଦେଉଥିଲେl ଏହାକୁ ନେଇ ସନାତନ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଗତ ସୋମବାର ଦିନ ଝଗଡା ମଧ୍ୟ ହୋଇଥିଲା ଓ ସନାତନ ମଧ୍ୟ ଜୀବନ ହାରିବା ନେଇ ଧମକ ଦେଇଥିବାର ସୂଚନା ମିଳିଛିl
ତେବେ ବୁଧବାର ଭୋର ସମୟରେ ସନାତନ ଶୌଚ ହେବାକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଉ ଘରକୁ ଫେରିନଥିଲେl ତେବେ ପରେ ବିଲକୁ ଶୌଚ ହେବାକୁ ଯାଇଥିବା ଗ୍ରାମବାସୀ ସନାତନର ଝୁଲନ୍ତା ମୃତଦେହ ବିଲ ମଝିରେ ଥିବା ଏକ ଗଛରେ ଦେଖିବାକୁ ପାଇଥିଲେ ଓ ତାଙ୍କ ପରିବାର ଲୋକ ସମେତ ପୁଲିସକୁ ଖବର ଦେଇଥିଲେl ଖବର ପାଇ ବୈଶିଙ୍ଗା ଥାନା ଏସଆଇ ଦେବାଶିଷ ମଣ୍ଡଳ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର ପୂର୍ବକ ଶବ ବ୍ୟବଛେଦ ପାଇଁ ପଠାଇଥିଲେ l ଏନେଇ ବୈଶିଙ୍ଗା ଥାନାରେ ୬/୨୪ନଂରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି l