ବାଂଶପାଳ: କେନ୍ଦୁଝରଜିଲ୍ଲା ବାଂଶପାଳ ବ୍ଲକ ଉପର ରାଇଗୋଡ଼ା ଗାଁ ଧଳାଗୁଠ ମୁଣ୍ଡାସାହିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ଜଣେ ବୃଦ୍ଧଙ୍କୁ କେହି ଦୁବୃତ୍ତ ହତ୍ୟା କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ମୃତକ ବୁଧୁରାମ ମୁଣ୍ଡା (୬୨) ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ ଉପର ରାଇଗୋଡ଼ା ମୁଣ୍ଡାସାହିର ବୁଧୁରାମ ମୁଣ୍ଡା ଘର ଠାରୁ କିଛି ଦୂରରେ ଏକ ପୋଖରୀରେ ମାଛ ଚାଷ କରିଥିଲେ। ମାଛ ଜଗିବାକୁ ସେ ପ୍ରତିଦିନ ସନ୍ଧ୍ୟାରେ ଯାଇଥାନ୍ତି। ସବୁ ଦିନ ପରି ସେ ଗତକାଲି ରାତି ୭/୮ ପରେ ଖାଇ ସାରି ମାଛ ଜଗିବାକୁ ପୋଖରିକୁ ଯାଇଥିଲେ। ତେବେ ବୁଧୁରାମ ସକାଳ ୭/୮ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ତାଙ୍କ ସ୍ତ୍ରୀ ଯାଇ ଦେଖିଥିଲେ। ପୋଖରୀରୁ ୧୦୦ ମିଟର ଦୂରରେ ସେ ଶୋଉଥିବା ଏକ କୁଡ଼ିଆରେ ତାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ।

ସାହିପଡ଼ିଶାକୁ ଆସି ଜଣାଇଥିଲେ। ଗ୍ରାମବାସୀଙ୍କ ଠାରୁ ପୁଲିସ ଖବର ପାଇ ଘଟଣାସ୍ଥଳରେ ଶୁଆକାଟି ଫାଣ୍ଡି ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଛେଦ ପାଇଁ ଜିଲ୍ଲା ଚିକିତ୍ସାଳୟକୁ ପଠାଇଛି। ବୁଧୁରାମଙ୍କୁ କୌଣସି ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ବେଳେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି।

ତେବେ କିଏ ଓ କାହିଁକି ହତ୍ୟା କଲା ତାହା ଜଣା ପଡିନାହିଁ। ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ସଦର ଥାନା ପୁଲିସ କେସ ନଂ ୪୮୧/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ତଦନ୍ତ ଚାଲିଛି ଖୁବ ଶୀଘ୍ର ଘଟଣାର ସତ୍ୟ ଉନ୍ମୋଚନ ହେବ ବୋଲି ସଦର ଥାନା ଆଇଆଇସି ଅମିତ କୁମାର ଭୂୟାଁ କହିଛନ୍ତି।

Keonjhar