ରାଉରକେଲା: ବେପରୁଆ ଗାଡ଼ିଚାଳନା ଯୋଗୁ ପୁଣି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଗୋପବନ୍ଧୁପାଲିର ମହେମୁଦ ଶାହ (୭୦)। ଏନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଅସନ୍ତୋଷ ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ, ମେହମୁଦ ଅବିବାହିତ ଥିବାସହ ଏଣେତେଣେ ବୁଲାବୁଲି କରୁଥିଲେ। ମଙ୍ଗଳବାର ରାତିରେ ସେ ପୁରୁଣା ଷ୍ଟେସନ ରୋଡ୍ ଗଣେଶ ଛକ ନିକଟସ୍ଥ ରାସ୍ତା କଡ଼ରେ ଶୋଇଥିଲେ। ରାତି ପ୍ରାୟ ୧୧ଟା। ଝାଡ଼ଖଣ୍ଡରୁ ଆସିଥିବା ଟ୍ରକ୍ (ଜେଏଚ୍-୦୨-ବିଏନ୍ ୯୧୧୮) ବିଭିନ୍ନ ସାମଗ୍ରୀ ଖାଲି କରିବାପରେ ଗନ୍ତବ୍ୟ ପଥରେ ବାହାରିଥିଲା।
ଏହି ସମୟରେ ରାସ୍ତା କଡ଼ରେ ଶୋଇଥିବା ମେହମୁଦଙ୍କ ଉପରେ ଟ୍ରକ୍ ଚଢ଼ିଯାଇଥିଲା। ଏହାକୁ ସ୍ଥାନୀୟ ଲୋକ ଦେଖି ଟ୍ରକ୍କୁ ଅଟକାଇବାସହ ପୁଲିସ୍ ଜିମା ଦେଇଥିଲେ। ପ୍ଲାଣ୍ଟ୍ସାଇଟ୍ ପୁଲିସ ଟ୍ରକ୍କୁ ଜବତ କରିବାସହ ଚାଳକଙ୍କୁ ଅଟକ ରଖିଛି। ଗୁରୁବାର ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/02/2c9fe0e6-68c5-43c8-94e4-89b4b7603ee7-2025-07-02-22-46-28.jpg)