ଅନୁଗୁଳ: ଅନୁଗୁଳ ବନାଞ୍ଚଳ ପୁରୁଣାଗଡ଼ ସେକ୍ସନରେ ହାତୀ ଆକ୍ରମଣରେ ଆଜି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ରହିଥିବା ବେଳେ ଅନୁଗୁଳ ଏସିଏଫ ବିଦ୍ୟା ସାଗର ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।
ପୁରୁଣାଗଡ଼ ସେକ୍ସନ ମଦନ ମହନ ପାଟଣାସାହିର ଶମ୍ଭୁନାଥ ପ୍ରଧାନ (୬୨) ଆଜି ସକାଳୁ ଛେଳି ପାଇଁ ଡାଳ ଆଣିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ତେବେ ପୂର୍ବରୁ ସେହି ଅଞ୍ଚଳରେ ଥିବା ଦନ୍ତା ହାତୀ ତାଙ୍କୁ କଚାଡି ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକମାନେ ଏହି ଘଟଣା ଦେଖିବା ପରେ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ସେହି ଅଞ୍ଚଳରେ ହାତୀ ଉପଦ୍ରଵ ବଢ଼ୁଥିବାରୁ ଲୋକମାନେ ତାତି ଥିଲେ। ତେବେ ଅନୁଗୁଳ ଏସିଏଫ ବିଦ୍ୟା ସାଗର ସେଠାରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରୁଛନ୍ତି।
ସୂଚନା ମୁତାବକ, ପୁରୁଣାଗଡ଼ ସେକ୍ସନ ମଦନ ମହନ ପାଟଣାସାହିର ଶମ୍ଭୁନାଥ ପ୍ରଧାନ (୬୨) ଆଜି ସକାଳୁ ଛେଳି ପାଇଁ ଡାଳ ଆଣିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ତେବେ ପୂର୍ବରୁ ସେହି ଅଞ୍ଚଳରେ ଥିବା ଦନ୍ତା ହାତୀ ତାଙ୍କୁ କଚାଡି ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକମାନେ ଏହି ଘଟଣା ଦେଖିବା ପରେ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ସେହି ଅଞ୍ଚଳରେ ହାତୀ ଉପଦ୍ରଵ ବଢ଼ୁଥିବାରୁ ଲୋକମାନେ ତାତି ଥିଲେ। ତେବେ ଅନୁଗୁଳ ଏସିଏଫ ବିଦ୍ୟା ସାଗର ସେଠାରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରୁଛନ୍ତି। ଘଟଣାସ୍ଥଳରେ ଶବ ପଡ଼ି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/01/10/vqNOmaruNc4C84mBrya7.jpg)