ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ତଥା ବିଶୋଇ ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ କାଣାପାଟ ସଂରକ୍ଷିତ ଜଙ୍ଗଲର ଡୁମୁରୀକୁଦର୍ ନିକଟସ୍ଥ ପାହାଡ଼ରେ ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।
ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଚଢ଼େଇପାହାଡି ପଞ୍ଚାୟତ ପଣ୍ଡୁପାଣୀ ଗ୍ରାମର ସର୍ଗତଃ ବିକ୍ରମ ସୋରେନ୍ଙ୍କ ପୁଅ ବୁଧରାୟ ସୋରେନ୍ (୬୩) ଗାଁ ପାଖ ଜଙ୍ଗଲରେ ଗୋରୁ ଚରାଉଥିବା ସମୟରେ ହଠାତ୍ ଏକ ଦନ୍ତାହାତୀ ପହଞ୍ଚି ଷୁଣ୍ଡରେ ଗୁଡ଼ାଇ ଦଳି ଚକଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ଗାଁ ଲୋକେ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ।
ଏନେଇ ଆଜି ସନ୍ଧ୍ୟାରେ ଗୋରୁମହିଷାଣୀ ଥାନାରେ ସୂଚନା ପ୍ରଦାନ କରାଯାଇଛି। ରିପୋର୍ଟ ଲେଖା ହେବା ସୁଦ୍ଧା ଶବ ପାହାଡ଼ରେ ପଡ଼ି ରହିଛି। ତେବେ ଆସନ୍ତାକାଲି ଶବ ଉଦ୍ଧାର କରାଯିବ ବୋଲି ସୂଚନା ମିଳିଛି। ଉକ୍ତ ଜଙ୍ଗଲରେ ଗୋଟିଏ ଦନ୍ତା ସମେତ ୬ ଟିକିଆ ଏକ ହାତୀ ପଲ ଥିବାନେଇ ଅଞ୍ଚଳବାସି ପ୍ରକାଶ କରିଛନ୍ତି।
Elephant
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)