ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନସ୍ଥ ୧୬ନମ୍ବର ଜାତୀୟ ରାଜପଥ ଉପରେ ଶୁକ୍ରବାର ଏକ ମର୍ମନ୍ତୁକ ସଡକ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣେ ଲୁନା ଚାଳକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଯୋଗୁଁ କାରରେ ଥିବା ୫ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ ଚଣ୍ଡେଶ୍ୱର ଗ୍ରାମର ରଘୁନାଥ ବାରିକ(୬୩)। ଗୁରୁତର ଆହତମାନେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ ପଶ୍ଚିମବଙ୍ଗରରୁ ଓଡ଼ିଶା ଭ୍ରମଣରେ ଆସିଥିବା ଏକ ପରିବାର କାରରେ ଗଂଜାମ ଜିଲ୍ଲା ରମ୍ଭା ଅଞ୍ଚଳକୁ ଯାଉଥିଲେ। ସେମାନେ ଟାଙ୍ଗୀସ୍ଥିତ ବ୍ରାହ୍ମଣ୍ଡୀ ଠାରେ ଏକ ଟ୍ରକ୍‌କୁ ବାମପଟେ ଓଭର୍ ଟେକ କରି ଏକ ଲୁନାକୁ ଧକ୍କାଦେଇଥିଲେ। କାରଟି ଦ୍ରୁତଗତିରେ ଥିବାରୁ ଆୟତ୍ତ କରିନପାରି ଏକ ଖଜୁରୀ ଗଛରେ ମାଡ଼ ହୋଇଥିଲା। ଫଳରେ ଲୁନା ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

publive-image

କାରଟି ଦ୍ରୁତଗତିରେ ଥିବାରୁ ଆୟତ୍ତ କରିନପାରି ନ ଥିଲା। ଲୁନା ଚାଳକଙ୍କୁ ଧକ୍କା ଦେଲା ପରେ ଏକ ଖଜୁରୀ ଗଛରେ ମାଡ଼ କରିଥିଲା। ଫଳରେ ଲୁନା ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଘଟଣାସ୍ଥଳରେ ଗ୍ରାମବାସୀ ପହଂଚି ଅଗ୍ନିଶମ ବାହିନୀକୁ ଖବର୍ ଦେଇଥିଲେ। ଅଗ୍ନିଶମ ବାହିନୀ ଏବଂ ପୁଲିସ୍ ପହଂଚି ମୃତ ରଘୁନାଥ ବାରିକଙ୍କ ମରଶରୀର ଏବଂ କାରରେ ଥିବା ସମସ୍ତ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ଗୁରୁତର ଆହତମାନଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ତେବେ ପୁଲିସ୍ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚଳାଇଛି।