ରାୟଗଡ଼ା: ନାଗାବଳି ନଦୀରେ ଭାସି ପୁଣି ଜଣେ ନିଖୋଜ ହୋଇଥିବା ଜଣା ପଡିଛି I ନିଖୋଜ ହୋଇଥିବା ବୃଦ୍ଧ ହେଲେ ପେଣ୍ଟେୟା, ଜିଲ୍ଲାକାରା, ବୟସ(୭୦).I ରାୟଗଡ଼ା ବ୍ଲକ ମାଲିଗାଁ ଗ୍ରାମର ପେଣ୍ଟୟା ଗତକାଲି ସନ୍ଧ୍ୟାରେ ମଇଁଷି ଚରାଇବାକୁ ଯାଇଥିଲେ I ମଇଁଷି ଦଳ ନଦୀ ଭିତରକୁ ଯିବାରୁ ପେଣ୍ଟୟା ମଧ୍ୟ ନଦୀ ମଧ୍ୟକୁ ଯାଇ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ I ଏନେଇ ଗ୍ରାମବାସୀ ମାନେ ଅଗ୍ନିଶମ ବିଭାଗକୁ ସୂଚନା ଦେବା ପରେ ଖୋଜାଖୋଜି କରିଥିଲେ I ଆଜି ପୁଣି ଅଗ୍ନିଶମ ବିଭାଗ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଖୋଜ ପେଣ୍ଟୟାଙ୍କୁ ଖୋଜୁ ଥିବାବେଳେ ତାଙ୍କର ପତ୍ତା ମିଳିପାରିନାହିଁ I
ଗତ ଦଶ ଦିନ ମଧ୍ୟରେ ଏହା ତୃତୀୟ ଘଟଣା I ୨ ଦିନ ତଳେ ରାୟଗଡ଼ା ସଦର ବ୍ଲକ ଗୁରୁମଗୁଡା ଗ୍ରାମରେ ଜଣେ ଯୁବକ ନIଗIବଳୀ ନଦୀରେ ଭାସି ନିଖୋଜ ହୋଇ ଆଜି ଯାଏ କୌଣସି ସୂଚନା ମିଳି ପାରିନଥିବା ଜଣାପଡିଛି I ଗତ ୨ ତାରିଖରେ ରାୟଗଡା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ନାଗାବଳୀ ନଦୀ ସହ ବିଭିନ୍ନ ନଦୀର ଜଳସ୍ତର ବଢିଛି I ୧ ସପ୍ତାହ ପୂର୍ବରୁ କୋତାପେଟା ଗ୍ରାମର ସୀମାଦ୍ରୀ ମିଣିଆକା ନାମକ ଯୁବକ ନାଗାବଳୀ ନଦୀରେ ବୁଡ଼ି ମୃତ୍ୟୁବରଣ କରିଥିଲେ I
ସୂଚନାଯୋଗ୍ୟ, ଗତ ଦଶ ଦିନ ମଧ୍ୟରେ ଏହା ତୃତୀୟ ଘଟଣା I ୨ ଦିନ ତଳେ ରାୟଗଡ଼ା ସଦର ବ୍ଲକ ଗୁରୁମଗୁଡା ଗ୍ରାମରେ ଜଣେ ଯୁବକ ନIଗIବଳୀ ନଦୀରେ ଭାସି ନିଖୋଜ ହୋଇ ଆଜି ଯାଏ କୌଣସି ସୂଚନା ମିଳି ପାରିନଥିବା ଜଣାପଡିଛି I ଗତ ୨ ତାରିଖରେ ରାୟଗଡା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ନାଗାବଳୀ ନଦୀ ସହ ବିଭିନ୍ନ ନଦୀର ଜଳସ୍ତର ବଢିଛି I ୧ ସପ୍ତାହ ପୂର୍ବରୁ କୋତାପେଟା ଗ୍ରାମର ସୀମାଦ୍ରୀ ମିଣିଆକା ନାମକ ଯୁବକ ନାଗାବଳୀ ନଦୀରେ ବୁଡ଼ି ମୃତ୍ୟୁବରଣ କରିଥିଲେ I