ରାୟଗଡ଼ା: ଆଜି ସକାଳେ ଓଦା ଲୁଗା ଶୁଖାଇବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ବୃଦ୍ଧା ମୃତ୍ୟୁବରଣ  କରିଥିବା ଜଣାପଡିଛି। ମୃତ ବୃଦ୍ଧା ହେଲେ ରାୟଗଡ଼ା ସହର ଗାନ୍ଧୀ ନଗର ଦ୍ଵିତୀୟ ଲେନରେ ବାସ କରୁଥିବା କେ.ଭାରତୀ(୬୨)।

Advertisment

ଭାରତୀ ରବିବାର ଭୋର୍ ସକାଳୁ ଗାଧୋଇ ଘର ପଛ ପାର୍ଶ୍ଵରେ ବନ୍ଧା ଯାଇଥିବା ଲୁହା ତାରରେ ଲୁଗା ଶୁଖାଇବାକୁ ଯାଇଥିଲେ। ତେବେ କୌଣସି  କାରଣବଶତଃ ଉକ୍ତ ତାରରେ ବିଦ୍ୟୁତ୍ ସଂଯୋଗ ହେଉଥିବାରୁ ଭାରତୀ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଭୋର୍ ସକାଳୁ ଭାରତୀଙ୍କ ମୃତ୍ୟୁ ଯୋଗୁଁ ପରିବାରରେ ଓ ଗାନ୍ଧୀନଗର ଶୋକର ଛାୟା ଖେଳି ଯାଇଛି।

ଘଟଣାରୁ ପ୍ରକାଶ ଯେ, ଭାରତୀ ରବିବାର ଭୋର୍ ସକାଳୁ ଗାଧୋଇ ଘର ପଛ ପାର୍ଶ୍ଵରେ ବନ୍ଧା ଯାଇଥିବା ଲୁହା ତାରରେ ଲୁଗା ଶୁଖାଇବାକୁ ଯାଇଥିଲେ। ତେବେ କୌଣସି  କାରଣବଶତଃ ଉକ୍ତ ତାରରେ ବିଦ୍ୟୁତ୍ ସଂଯୋଗ ହେଉଥିବାରୁ ଭାରତୀ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଭୋର୍ ସକାଳୁ ଭାରତୀଙ୍କ ମୃତ୍ୟୁ ଯୋଗୁଁ ପରିବାରରେ ଓ ଗାନ୍ଧୀନଗର ଶୋକର ଛାୟା ଖେଳି ଯାଇଛି।