ନବରଙ୍ଗପୁର: ୫ କିଲୋ ଚାଉଳ ପାଇଁ ୧୦ କିଲୋମିଟର ଚାଲୁଛନ୍ତି ୮୦ ବର୍ଷୀୟା ବୃଦ୍ଧା। ବୟସର ଅପରାହ୍ନରେ ଚାଲିବାକୁ ଦେହରେ ଶକ୍ତି ନାହିଁ। ତଥାପି ଜୀବନର ଅଙ୍କାବଙ୍କା ରାସ୍ତାରେ ଆଗେଇ ଚାଲିଛନ୍ତି ନବରଙ୍ଗପୁର ସଦରବ୍ଲକ ମନ୍ତ୍ରୀଗୁଡା ପଂଚାୟତର ପକନାଗୁଡା ଗାଁର ସୁବର୍ଣ୍ଣ ଭତ୍ରା। ସୁବର୍ଣ୍ଣ ହିଁ ନୁହନ୍ତି ତାଙ୍କ ପରି ଚନ୍ଦ୍ରମଣି ନାୟକଙ୍କ ଅବସ୍ଥା ମଧ୍ୟ ସମାନ। ପଂଚାୟତ ସଦରମହକୁମାରେ ପିଡିଏସ୍ ଚାଉଳ ବଣ୍ଟନ କରିବା ବଦଳରେ ସହର ଉପଖଣ୍ଟ ଗାବ୍ରିଆଲ୍ ଗୁଡା ଠାରେ ବିତରଣ ହେଉଛି ଚାଉଳ। ଚାଉଳ ନେବାକୁ ଯିବା ଆସିବା ପାଇଁ ୧୦ କିଲୋମିଟର ବାଟ ତାଙ୍କୁ ଚାଲିବାକୁ ପଡ଼ିଥାଏ। ଟାଇଁଟାଇଁ ଖରାରେ ବୃଦ୍ଧାଙ୍କ ଶରୀର ସାଥ୍ ଦେଉନଥିବାରୁ ଅନେକ ଥର ଗୋଡ଼ ହାତ ଲମ୍ବାଇ ରାସ୍ତାରେ ବସିପଡୁଛନ୍ତି ଏମାନେ। ପଂଚାୟତ କାର୍ଯ୍ୟାଳୟରେ ଚାଉଳ ବିତରଣ କରିବାକୁ ଅନୁରୋଧ କରିଛନ୍ତି।
ବର୍ଷକ ତଳେ ମନ୍ତ୍ରୀଗୁଡ଼ା ଠାରେ ଚାଉଳ ବିତରଣ ହେଉଥିଲା। ୧୪୨୪ଜଣ ହିତାଧିକାରୀଙ୍କ ପାଇଁ ଏହି କେନ୍ଦ୍ରଟି ରହିଥିଲା। ତେବେ ଗତ ବର୍ଷକ ହେବ ଚାଉଳ ବିତରଣ କେନ୍ଦ୍ର ନବରଙ୍ଗପୁର ପୌରପାଳିକା ଉପକଣ୍ଠରେ ଥିବା ବାଇପାସ୍ ରାସ୍ତାର ଗାବ୍ରିୟାଲଗୁଡା ଗାଁ ନିକଟରେ କରାଯାଇଛି ଏହି କେନ୍ଦ୍ର। କେନ୍ଦ୍ରରେ କୁସୁମି, ମନ୍ତ୍ରୀଗୁଡ଼ା, ପକନାଗୁଡ଼ା, ପାତ୍ରମୁଣ୍ଡା ଆଦି ଗାଁର ୧୪୨୪ଜଣ ହିତାଧିକାରୀଙ୍କୁ ଚାଉଳ ବିତରଣ ହେଉଥିବା ସୂଚନା ମିଳିଛି।
/sambad/media/media_files/2025/05/03/ngp-pds-477820.jpg)
ତେବେ ବହୁ ବୃଦ୍ଧ, ବୃଦ୍ଧା, ଅସହାୟ ଓ ପ୍ରସୁତି ମା ମାନେ ନବଜାତ ଶିଶୁଙ୍କୁ ନେଇ ୫ରୁ ୧୦କିଲୋ ମିଟର ଚାଳି ଚାଳି ଆସି ଚାଉଳ ନେବା ପାଇଁ ହଇରାଣ ହେଉଛନ୍ତି। ଏମାନେ ଅଟୋ କିମ୍ବା ଭ୍ୟାନ ଭଡା ୧୦୦ଟଙ୍କା ଦେଇ ଏହି କେନ୍ଦ୍ରକୁ ଆସି ଚାଉଳ ଏହି ଭ୍ୟାନରେ ଲଦି ଚାଳି ଚାଳି ଘରକୁ ଫେରୁଛନ୍ତି। ଅସହାୟ ମାନଙ୍କୁ କିଭଳି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସୁବିଧାରେ ଚାଉଳ ଆଦି ମିଳିପାରିବ ସେ ଦିଗରେ ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ଏମାନେ ଅନୁରୋଧ କରିଛନ୍ତି। ଗ୍ରୀଷ୍ମ ପ୍ରବାହ ଅଧିକା ରହିଥିବା ବେଳେ ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ, ଅସହାୟମାନଙ୍କୁ ଚାଉଳ ପାଇଁ ୧୦କିଲୋ ମିଟର ଆସିବାକୁ କହିବା କେତେ ଦୁର ଯୁକ୍ତିଯୁକ୍ତ। ସେମାନଙ୍କ ମୌଳିକ ଏବଂ ମାନବିକ ଅଧିକାରକୁ କ୍ଷୁର୍ଣ୍ଣ କରା ନଯାଉ ବୋଲି ଆଇନଜୀବୀ ମାନେ ମତ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/03/7ed24d0c-5df7-48f2-b76b-83680c4d2fff-807419.jpg)