ଲକ୍ଷ୍ମୀପୁର: କୋରାପୁଟଜିଲ୍ଲା ଲକ୍ଷ୍ମୀପୁର ଥାନା ଅଞ୍ଚଳରେ ପୁଣି ହୋଇଛି ଚୋରି। ଘରେ ତାଲା ପକାଇ ଅନ୍ୟତ୍ର ଯାଇଥିବା ଘରମାଲିକମାନଙ୍କୁ ଚୋର କରୁଛନ୍ତି ଟାର୍ଗେଟ। ଗତ ସପ୍ତାହରେ ଓଏମସିରେ କାର୍ଯ୍ୟରତ ଜଣେ କର୍ମଚାରୀ ଭଡ଼ାଘରେ ତାଲା ପକାଇ ପରିବାର ସହ ରାଉରକେଲା ଯାଇଥିଲେ। ଆଜି ସକାଳେ ଆସି ଦେଖିବା ବେଳକୁ ତାଲା ଭାଙ୍ଗି ପଡ଼ିଛି। ଘର ଭିତରେ ପସି ସେ ଦେଖିବା ବେଳକୁ ଆଲମିରା ଭଙ୍ଗା ଯାଇଛି ଓ ଭିତରେ ଥିବା ପ୍ରାୟ ୪୦ ଗ୍ରାମରୁ ଊର୍ଦ୍ଧ୍ବ ସୁନା ଓ ରୂପା ସାମଗ୍ରୀ ଚୋରି ହୋଇଥିବା ଜାଣିବା ପରେ ଲକ୍ଷ୍ମୀପୁର ପୁଲିସ ନିକଟରେ ଦୀପକ କୁମାର ମହାନ୍ତି ଅଭିଯୋଗ କରିଛନ୍ତି।
ଲକ୍ଷ୍ମୀପୁର ଆଇଆଇସି ସୁଜ୍ଞାନୀ ସାହୁ, ଏସ ଆଇ ମାନସ ପ୍ରଧାନ, ପୁଲିସ ଟିମ ସହ ପହଂଚି ତଦନ୍ତ ଜାରି ରଖିଛନ୍ତି। ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ ବାରମ୍ବାର ଚୋରି ହେଉଥିଲେ ସୁଦ୍ଧା ପୁଲିସ ଟେର ପାଇ ପାରୁନି, ଅନେକ ସମୟରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍ର ସହାୟତା ନିଆ ଯାଉଥିଲେ ମଧ୍ୟ କିଛି ସୁଫଳ ମିଳୁ ନଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି।
ସୂଚନାଯୋଗ୍ୟ ଗତ ସପ୍ତାହରେ ଏକ ଅଙ୍ଗନବାଡ଼ି କେନ୍ଦ୍ରର ତାଲା ଭାଙ୍ଗି ଏଲଇଡି ଟିଭି ଚୋରି ହୋଇଥିବା ବେଳେ ଗତ ଦୁଇ ମାସ ତଳେ ପୂର୍ତ୍ତ ବିଭାଗର ଜଣେ ରାତ୍ର ଜଗୁଆଳିଙ୍କ ଘରେ ଏଲଇଡ଼ି ଟିଭି ଶହ କିଛି ସାମଗ୍ରୀ ଚୋରି ହୋଇଥିଲା। ଏପରିକି ଗତ ମାସରେ ସାମ୍ବାଦିକ ଯୁଧିଷ୍ଠିର ବାଘଙ୍କ ଘରୁ ଦିନ ଦିପହରରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିଲା। ଗତ ତିନୋଟି ଘଟଣାରେ ପୁଲିସ କାହାକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ। ଆଜିର ଚୋରି ପୁଲିସ ପାଇଁ ପୁଣି ଚାଲେଞ୍ଜ ସୃଷ୍ଟି କରିଛି।
Koraput | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/29/01e335f5-059b-4d4a-a6d7-03158b7beaea-2025-06-29-17-19-21.jpg)