ଡାବୁଗାଁ: ନବରଙ୍ଗପୁରଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଛେଳିବେଡା ଭାରତମାଳା ରାସ୍ତା ଉପରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବାଇକ୍ ଚାଳକ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ ଉମରକୋଟ (ୟୁଭି ୭) ନୂଆଗୁଡ଼ାର ସୁଦନ ସାନା (୨୮)। ସେହି ଗ୍ରାମର ଦୀପକ ବାଲା (୫୫) ଗୁରୁତର ଆହତ ହୋଇଛନ୍ତି।
ଉମରକୋଟ (ଏମଭି ୭) ନୁଆଗୁଡା ଗ୍ରାମର ସୁଦନ ସାନା ଓ ଦୀପକ ବାଲା ଏକ ବାଇକ୍ ଯୋଗେ କୌଣସି ଏକ କାର୍ଯ୍ୟରେ ମାଲକାନଗିରି ଯାଇଥିଲେ। ମାଲକାନଗିରିରେ କାମ ସାରି ଆଜି ନିଜ ଗ୍ରାମ ନୁଆଗୁଡ଼ାକୁ ବାଇକ୍ ଯୋଗେ ଫେରୁଥିଲେ। ଆଜି ଅପରାହ୍ନ ପ୍ରାୟ ୪ଟାରେ ନବରଙ୍ଗପୁରରୁ ଉମରକୋଟ ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରହିଥିବା ଭାରତମାଳା ରାସ୍ତା ଦେଇ ଆସିବା ସମୟରେ ଡାବୁଗାଁ ଥାନା ଅନ୍ତର୍ଗତ ଛେଳି ବେଡା ନିକଟରେ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସୁଦନ ସାନା ଓ ଦୀପକ ଛିଟିକି ତଳେ ପଡି ଗୁରୁତର ଆହତ ହୋଇଥିଲେ।
ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ଦୁଇଜଣ ଆହତଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡ଼ାକ୍ତର ସେଠାରେ ସୁଦନ ସାନାଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଦୀପକ ବାଲା ଙ୍କୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ଡାବୁଗାଁ ପୁଲିସ ଘଟଣାର ତଦନ୍ତ କରୁଛନ୍ତି।
Accident | Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/Fs6NIpDhuESm4z8zb9Jp.jpg)