ବାଲିଅନ୍ତା ବଜାର: ରାଜ୍ୟ ସରକାର ଜନସାଧାରଣଙ୍କ ଯାତାୟାତ ସୁବିଧାରେ କରିବା ପାଇଁ ‘ଆମ ବସ୍’ ସେବା ଜାରି ରଖିଥିବା ବେଳେ ଏବେ ଏହା ମୃତ୍ୟୁର ବହାକ ସାଜିଛି। ଆଜି ଆମ ବସ୍ ଧକ୍କାରେ ଜଣକ ଜୀବନ ଯାଇଛି। ଆଉ ଜଣେ ମୃତ୍ୟୁ ସହ ମେଡ଼ିକାଲରେ ସଂଗ୍ରାମ କରୁଛି। ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ଭିଙ୍ଗାରପୁର ପଞ୍ଚାୟତ ଜିତିକାର ସୁଆଁଲୋ ପଣ୍ଡା ସାହି ନିକଟରେ ଏପରି ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ଅଶୋକ ବଳ। ନରେଶ ସ୍ବାଇଁ (୩୦)ଙ୍କ ଅବସ୍ଥା ଗୁରୁତର ରହିଛି।
ଅଶୋକ ଓ ନରେଶ ଆଜି ସନ୍ଧ୍ୟାରେ ଗୋବିନ୍ଦପୁର ଯାଉଥିବା ବେଳେ ଆମ ବସ୍ ସେମାନଙ୍କୁ ପଣ୍ଡାସାହି ନିକଟରେ ଧକ୍କା ଦେଇଥିଲା। ବାଇକକୁ ଧକ୍କା ଦେବା ଫଳରେ ଗାଡିର ପଛରେ ବସିଥିବା ନରେଶ ଛିଟିକି ପଡ଼ିଥିଲେ ଓ ଅଶୋକ ବସ୍ରେ ଖୁବ୍ ଜୋରରେ ମାଡ଼ ହୋଇ ତଳେ ପଡିଯାଇଥିଲେ।
ଭୁବନେଶ୍ୱର ନୀଳକଣ୍ଠେଶ୍ଵରନଗର ସଲିଆସାହି ମୈତ୍ରୀ ବିହାରର ଅଶୋକ ବଳ ଓ କଟକ ଜିଲ୍ଲା ଗୋବିନ୍ଦପୁର ପୁରୁଣାବସ୍ତା ନରେଶ ସ୍ୱାଇଁ ଉଭୟ ସମ୍ପର୍କୀୟ ଅଟନ୍ତି। ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ସେମାନେ ଗୋବିନ୍ଦପୁର ଯାଉଥିବା ବେଳେ ଆମ ବସ୍ ସେମାନଙ୍କୁ ପଣ୍ଡାସାହି ନିକଟରେ ଧକ୍କା ଦେଇଥିଲା। ବାଇକକୁ ଧକ୍କା ଦେବା ଫଳରେ ଗାଡିର ପଛରେ ବସିଥିବା ନରେଶ ଛିଟିକି ପଡ଼ିଥିଲେ ଓ ଅଶୋକ ବସ୍ରେ ଖୁବ୍ ଜୋରରେ ମାଡ଼ ହୋଇ ତଳେ ପଡିଯାଇଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିବା କାରଣରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଗୁରୁତର ନରେଶଙ୍କୁ ପ୍ରଥମେ ଉଦ୍ଧାର କରି ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ରାଜଧାନୀ ଚିକିତ୍ସାଳୟକୁ ପଠାଇଥିଲାl ଅନ୍ୟପଟରେ ଅଶୋକଙ୍କ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ସ୍ଥାନୀୟ ଲୋକମାନେ ବସ୍ ଚାଳକଙ୍କୁ ଘେରିଯିବା ସହ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲା। ରାସ୍ତା ଚଳାଚଳ ସ୍ବାଭାବିକ କରିଥିଲା। ଆମ ବସ୍ର ଚାଳକଙ୍କ ବେପରୁଆ ଭାବରେ ଗାଡି ଚଳାଚଳ କରୁଥିବାରୁ ଏବେ ରାସ୍ତାରେ ଗାଡି ଚଳାଚଳ କରିବାକୁ ସ୍ଥାନୀୟ ଲୋକେ। ବସ ଚାଳକଙ୍କ ପାଇଁ ନିର୍ଦ୍ଦିଷ୍ଟ ଭାବେ କଟକଣା ଲଗାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ama bus