ରାଉରକେଲା: ବିମଳଗଡ଼ର ଟୋପାଡିହ ନିକଟ ରଙ୍ଗେଡ଼ରେ ରବିବାର ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି। ଆଜି ସକାଳେ ପ୍ରାୟ ୧୦ଟା ସମୟରେ କେବଲାଙ୍ଗ ଥାନା ଅଞ୍ଚଳ ଅନ୍ତର୍ଗତ ବିମଳଗଡ଼ର ଟୋପାଡିହ ନିକଟ ରଙ୍ଗେଡାରେ ନକ୍ସଲମାନଙ୍କ ଦ୍ୱାରା ବିଛାଯାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାମ ବିସରାର ୩୭ ବର୍ଷୀୟ ଏଟୱା ଓରାମ। ଗୁରୁତର ଆହତ ସହକର୍ମୀ ବୁଧରାମ ମୁଣ୍ଡା ଚିକିତ୍ସାଧୀନ ଅଛନ୍ତି।

Advertisment

ବିମଳଗଡ଼ର ଟୋପାଡିହ ନିକଟ ରଙ୍ଗେଡାରେ ନକ୍ସଲମାନଙ୍କ ଦ୍ୱାରା ବିଛାଯାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାମ ବିସରାର ୩୭ ବର୍ଷୀୟ ଏଟୱା ଓରାମ।

ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ଏବଂ ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଏଟୱା ଓରାମଙ୍କ ମୃତଦେହକୁ ଆରଜିଏଚ୍ ହସ୍ପିଟାଲର ଶବାଗାରରେ ରଖାଯାଇଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଘଟଣାର ଚାରି ଘଣ୍ଟା ପରେ ମଧ୍ୟ କୌଣସି ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାଁନ୍ତି, ଯାହା ଫଳରେ ସ୍ଥାନୀୟ ଲୋକ ଏବଂ ରେଳ କର୍ମଚାରୀଙ୍କ ମଧ୍ୟରେ କ୍ରୋଧ ରହିଛି। ନକ୍ସଲ କାର୍ଯ୍ୟକଳାପ ପୁନଃ ସକ୍ରିୟ ହେବା ସହିତ, ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଯାଉଛି।

 sundargarh