ଭୁବନେଶ୍ବର/ଝରିଗାଁ/ସୁନ୍ଦରଗଡ଼: ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଜଳାଶୟରେ ଅପରାହ୍ଣରେ ଅଘଟଣ ଘଟିଛି। ପାଣିରେ ବୁଡ଼ିଯିବା କାରଣରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ନିଖୋଜ ଅଛନ୍ତି। ନିଖୋଜମାନଙ୍କର ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମୃତବ୍ୟକ୍ତି ହେଲେ ବନ୍ଧୁ ଭତ୍ରା (୪୨)।
ସୂଚନା ପ୍ରକାରେ ନବରଂଗପୁର ଜିଲ୍ଲା ଝରିଗାଁ ବ୍ଲକ ନିରଣ୍ଡି ଗାଁର ବନ୍ଧୁ ଭତ୍ରା ମଙ୍ଗଳବାର ମଧ୍ୟାହ୍ଣ ୧୨ଟାରେ ଘର ଠାରୁ ପ୍ରାୟ ଦୁଇ ଶହ ମିଟର ଦୂରରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ବିଳମ୍ବିତ ସମୟ ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ। ପରିବାର ଲୋକ ବନ୍ଧୁଙ୍କ ଘରକୁ ଫେରିବାର ବିଳମ୍ବ ହେବା ଯୋଗୁଁ ଖୋଜାଖୋଜି କରିଥିଲେ। ପୋଖରୀ ହୁଡ଼ାରେ ବନ୍ଧୁଙ୍କ ଚପଲ ଓ ପିନ୍ଧିଥିବା କପଡ଼ା ଦେଖି ପରିବାର ଲୋକ ପାଣିରେ ବୁଡ଼ି ଯାଇଥିବା ସନ୍ଦେହ କରି ଉମରକୋଟ ପୁଲିସକୁ ଖବର ଦେଇଥିଲେ। ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ଭିତରେ ଖୋଜାଖୋଜି କରିଥିଲେ। ଦୀର୍ଘ ସମୟ ପରେ ଅଗ୍ନିଶମ କର୍ମଚାରୀମାନେ ପୋଖରୀରୁ ବନ୍ଧୁଙ୍କ ମୃତ ଶରୀର ଉଦ୍ଧାର କରିଥିଲେ।ଶେଷରେ ମୃତ ବନ୍ଧୁଙ୍କ ଭାଇ ଡମ୍ବରୁ ଭତରା ଘଟଣା ସମ୍ପର୍କରେ ଉମରକୋଟ ପୁଲିସକୁ ଲିଖିତ ଭାବେ ଦେବା ପରେ ଶବ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ଉମରକୋଟ ପଠାଇ ଥିଲେ। ଆଜି ସକାଳୁ ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ବନ୍ଧୁଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁବର୍ଣ୍ଣ ଦୁଖଃରେ ଭାଙ୍ଗି ପଡିଥିବା ବେଳେ ଦୁଇ ପୁଅ ଓ ତିନି ଝିଅକୁ ନେଇ କିଭଳି ଚଳିବେ ସେନେଇ ଚିନ୍ତାରେ ପଡିଛନ୍ତି।
ଦ୍ବିତୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଇବ୍ ନଦୀର କନାକୁଣ୍ଡ ଠାରେ ଘଟିଛି। ଦର୍ଶନୀୟ ସ୍ଥଳଠାରେ ଗାଧୋଇବାକୁ ଯାଇ ପ୍ରଖର ସ୍ରୋତରେ ଭାସି ଯାଇ ନିଖୋଜ ହୋଇଛନ୍ତି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳର ରୋଶନ ପାଶୱାନ ଏବଂ ଜୟନାରାୟଣ ପାତ୍ର। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗର ସନ୍ଧାନ ଜାରି। ପୂର୍ବରୁ ମଧ୍ୟ ସେଠାର ପାଣିରେ ଭାସି ୬ ଜଣଙ୍କ ମୃତ୍ୟୁ ହୋଇଛି। ତିନି ଜଣ ଗୋଟିଏ ବାଇକରେ ଆସିଥିଲେ, ଯିଏ ବଞ୍ଚିଗଲେ ତାଙ୍କ ନାମ ଆକାଶ ସାହୁ।
ସେହିପରି ଭୁବନେଶ୍ୱର ଉପଖଣ୍ଡ କୁଆଖାଇ ନଦୀ ପଠାରେ ଆଜି ଜଣେ ୧୭ ବର୍ଷ ବୟସର ନାବାଳକ ଭାସିଯାଇଛି। ଦଶାହ କର୍ମ ପାଇଁ ଯାଇଥିବା ବେଳେ ନାବାଳକ ଜଣକ ପରିବାର ସାମ୍ନାରୁ ଭାସିଯାଇଛନ୍ତି। ସେ ବାଣୀବିହାର ଅଞ୍ଚଳର ବୋଲି ଜଣାପଡ଼ିଛିI ନାବାଳକକୁ ଖୋଜିବାକୁ ଅଗ୍ନିଶମ ବିଭାଗର ଟିମ ଖୋଜା ଖୋଜି କରୁଛନ୍ତିI କୁଆଖାଇରେ ଜଳସ୍ରୋତ ବଢ଼ିଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ସୃଷ୍ଟି ହୋଇଛି।
Bhubaneswar | sundargarh | Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/30/drawn-2025-07-30-16-12-20.jpg)