ବାମନାଳ: ପୁରୀଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ କେତକୀପାଟଣା ପଞ୍ଚାୟତ ଅଧୀନ ପଦ୍ମପୁର ଗ୍ରାମରେ ଆଜି ପୂର୍ବାହ୍ଣରେ ବଜ୍ରପାତ ହୋଇଛି। ବିଲରେ ମୁଗ ଉପାଡ଼ି ସେଗୁଡ଼ିକୁ ଗଦା କରିବା ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ପୁଅର ମୃତ୍ୟୁ ଘଟିଛି। ମୃତକଙ୍କ ବଡ଼ଭାଇ ଆହତ ଏବଂ ବାପା ଗୁରୁତର ଅଛନ୍ତି। ମୃତ ବ୍ୟକ୍ତି ହେଲେ ଦୀପ୍ତି ରଂଜନ ବାରିକ।
ସୁଚନା ମୁତାବକ କେତକୀପାଟଣା ପଞ୍ଚାୟତ ଅଧୀନ ପଦ୍ମପୁର ଗ୍ରାମର କାଶୀନାଥ ବାରିକ ନିଜର ୨ପୁଅଙ୍କୁ ନେଇ ବିଲରେ କାମ କରୁଥିଲେ। ସେମାନେ ବିଲରେ ମୁଗ ଉପାଡି ଗଦା କରୁଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ତିନିଜଣ ଚେତା ଶୁନ୍ୟ ହୋଇପଡ଼ିଥିଲେ। ଗ୍ରାମର ଲୋକମାନେ ଏସଂପର୍କରେ ଜାଣିବାରୁ ତିନିଜଣଙ୍କୁ ଉଦ୍ଧାର କରି ୧୦୮ ଯୋଗେ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ଦୀପ୍ତି ରଞ୍ଜନ ବାରିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବାପା କାଶୀନାଥ ବାରିକ ଓ ବଡ଼ପୁଅ ଗୁରୁତର ଅବସ୍ଥାରେ ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
କାଶୀନାଥ ବାରିକ ନିଜର ୨ପୁଅଙ୍କୁ ନେଇ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ତିନିଜଣ ଚେତା ଶୁନ୍ୟ ହୋଇପଡ଼ିଥିଲେ। ଏସଂପର୍କରେ ଲୋକେ ଜାଣିବାରୁ ତିନିଜଣଙ୍କୁ ଉଦ୍ଧାର କରି ୧୦୮ ଯୋଗେ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଦୀପ୍ତି ରଞ୍ଜନ ବାରିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ପୁଲିସ ଖବର ପାଇଁ ମେଡିକାଲରେ ପହଂଚି ଶବ ଜବତ କରିଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇ ତାଦନ୍ତ ଜାରି ରଖିଛି। ଏଭଳି ଘଟଣା ଘଟିବା ଦ୍ବାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Lightning | puri | Farmers
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/post_attachments/wp-content/uploads/2022/04/lightningbolts-1486410481.jpg)