ଘୁ.ଉଦୟଗିରି: କନ୍ଧମାଳଜିଲ୍ଲା ଘୁ.ଉଦୟଗିରୁ ସହରରୁ ଏମଏମସି ହସ୍ପିଟାଲ ଅଭିମୁଖେ ଚାଲି ଚାଲି ଯାଉଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଏକ ବାଇକ ପଛପଟୁ ଧକ୍କା ଦେଇଛି। ଏଥିରେ ପଥଚାରୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ଅନିଲ କୁମାର ପ୍ରଧାନ।
ସୂଚନା ଅନୁସାରେ ଅନିଲ ଚାଲିଚାଲି ଯାଉଥିବା ବେଳେ ପଛରୁ ଆସି ଏକ ବାଇକ୍ ଧକ୍କା ଦେଇଥିଲା। ଅନିଏଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ରକ୍ତ ଶ୍ରାବ ହୋଇ ପଡ଼ିଥିବା ବେଳେ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ବାଇକ ଚାଳକ ଲୁଲୁ ପ୍ରଧାନ ଗୁରୁତର ଆହତଙ୍କୁ ଫୁଲବାଣୀ ରେଫର କରାଯାଇଥିଲା।
ଅନ୍ୟପକ୍ଷରେ ଆଉ ଏକ ବାଇକ କନବାଗେରି ମୂଖ୍ୟ ସଡକ ରାବାନାଜୁ ସ୍କୁଲ ସମ୍ମୁଖରେ ଦୁର୍ଘଟଣା ହୋଇ ଦୁଇ ଜଣ ଯୁବକ ଆହତ ହୋଇ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଆହତ ଯୁବକ ଦୁଇ ଜଣ ହେଲେ କୁଲାଡ଼ ର ରୁଦ୍ରପ୍ରସାଦ ପାଢ଼ୀ ଏବଂ ଗଂଜାମ ଜିଲ୍ଲା ଭଞ୍ଜନଗରର ଦେବାଶିଷ ପ୍ରଧାନ।
ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମେଡ଼ିକାଲରେ ପହଞ୍ଚି ମୃତକ ଏବଂ ଆହତ ମାନଙ୍କ ତଥ୍ୟ ସଂଗ୍ରହ କରିବା ସହ ତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରୁଥିବା ସୂଚନା ମିଳିଛି।
Accident
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/Fs6NIpDhuESm4z8zb9Jp.jpg)