ଯାଜପୁର: ବାଇକ୍‌ ଆରୋହୀଙ୍କ ଉପରେ ଏକ ଦ୍ରୁତଗାମୀ ହାଇୱା ମାଡ଼ିଯାଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଧୀନ ଷଠିପୁର ନିକଟ ୧୬ ନଂ ଜାତୀୟ ରାଜପଥ ଉପରେ ଆଜି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ପ୍ରମୋଦ ବେହେରା। ଆହତ ତ୍ରିଲୋଚନ ଓ ଗଦାଦଧ ବେହେରାଙ୍କ ଅବସ୍ଥା ଗୁରୁତର ଅଛି।

Advertisment

ଏହି ଖବର ପଢ଼ନ୍ତୁ: ଘୁମୁସର ଉଦୟଗିରିରେ ଦିନ ତାପମାତ୍ରା ୩୦.୪, ରାତିରେ ପାରା ୬.୫ ଡିଗ୍ରି

ଯାଜପୁର ଟାଉନ ଅଞ୍ଚଳର ପ୍ରମୋଦ ବେହେରା, ତ୍ରିଲୋଚନ ବେହେରା ଓ ପ୍ରୀତିପୁର ଅଞ୍ଚଳର ଗଦାଧର ବେହେରା ଏକ ବାଇକ୍‌ରେ କୌଣସି କାମରେ ଯାଉଥିଲେ। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଧୀନ ଷଠିପୁର ନିକଟ ୧୬ ନଂ ଜାତୀୟ ରାଜପଥ ଉପରେ ତାଙ୍କ ଉପରେ ଏକ ଦ୍ରୁତଗାମୀ ହାଇୱା ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ପ୍ରମୋଦଙ୍କର ମୃତ୍ୟୁ ହୋଇଥିଲା।

ଦ୍ରୁତଗତି ହେଉଛି ମହାବିପତ୍ତିର କାରଣ। ରାସ୍ତାରେ ଯିବା ବେଳେ ନିଜ ଜୀବନ ଓ ଅନ୍ୟ ପ୍ରତି ସତର୍କ ନରହିବା କାରଣରୁ ଦୁର୍ଘଟଣା ଘଟୁଛି। ସରକାର ଦୁର୍ଘଟଣା ରୋକିବାକୁ ଏକାଧିକ ପଦକ୍ଷେପ ନେଇଛନ୍ତି। ଯାନବାହନ ନିୟମ ପ୍ରସ୍ତୁତ କରିଛନ୍ତି। କିନ୍ତୁ ଲୋକେ ଏହାକୁ ନମାନି ଅନିୟନ୍ତ୍ରିତ ହେଉଛନ୍ତି।

ଦୁର୍ଘଟଣା ନେଇ ସୂଚନା ମଳିବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଥିଲା। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଅନ୍ୟ ପଟରେ ଗୁରୁତର ତ୍ରିଲୋଚନ ଓ ଗଦାଧରଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଉଭୟ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି। ମୃତାହତମାନେ ସମସ୍ତେ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍‌ ଓ ହାୱାକୁ ଜବତ କରିଛି। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଚାପା ‌ଉତ୍ତେଜନା ଦେଖାଯାଇଛି। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରୁଛନ୍ତି। 

ଏହି ଖବର ପଢ଼ନ୍ତୁ: ଫୁଟିଥିଲେ ଅଘଟଣ ଘଟିଥାନ୍ତା! ନକ୍ସଲଙ୍କ ଆକ୍ରମଣ ଯୋଜନା ପଣ୍ଡ କଲେ ଯବାନ