ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଜି ସନ୍ଧ୍ୟାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ମାଥିଲି ବ୍ଲକର ସାଲିମି ପଂଚାୟତର କଂସାରିପୁଟ ଗ୍ରାମରେ ବଜ୍ରାଘାତରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
ଆଜି ସନ୍ଧ୍ୟାରେ ହଠାତ ପ୍ରବଳ ପବନ ବହିବା ସହ ଘଡଘଡି ମାରିଥିଲା। କଂସାରିପୁଟ ଗ୍ରାମର ଅଜୟ ନାୟକଙ୍କ ପତ୍ନୀ ଛବି ନାୟକ ବାହାରେ ଛିଡ଼ା ହୋଇଥିଲେ ଏବଂ ପୁଅ ଚନ୍ଦନ ନାୟକ ବାହାର ପିଣ୍ଡାରେ ଶୋଇଥିଲା।
ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ହଠାତ ପ୍ରବଳ ପବନ ବହିବା ସହ ଘଡଘଡି ମାରିଥିଲା। କଂସାରିପୁଟ ଗ୍ରାମର ଅଜୟ ନାୟକଙ୍କ ପତ୍ନୀ ଛବି ନାୟକ(୪୦) ବାହାରେ ଛିଡ଼ା ହୋଇଥିଲେ ଏବଂ ପୁଅ ଚନ୍ଦନ ନାୟକ(୧୭) ବାହାର ପିଣ୍ଡାରେ ଶୋଇଥିଲା। ଅଚାନକ ବିଜୁଳି ମାରିବା ସହ ଛବିଙ୍କ ଉପରେ ବଜ୍ରାଘାତ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଛବିଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଚନ୍ଦନ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ମା' ଓ ପୁଅଙ୍କୁ ମାଥିଲି ମେଡ଼ିକାଲ ନିଆଯାଇଥିଲା। କିନ୍ତୁ ଛବିଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିବା ସହ ଚନ୍ଦନର ଚିକିତ୍ସା ପରେ ବିପଦମୁକ୍ତ ଥିବା କୁହାଯାଇଛି।
Malkangiri | Lightning
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/10/bwjK8bPKhVhWj8c23HeC.jpg)
