କୋରାପୁଟ: କୋରାପୁଟ ସଦରଥାନା ଅର୍ନ୍ତଗତ ପୋଡାଗଡ଼ ଠାରେ ଗତକାଲି ଗୋଟିଏ ବାଇକ ଧକ୍କାରେ ଏହି ଗାଁର ସମିର କୁମାର କନ୍ଧପାନ(୪୨)ଙ୍କର ଚିକିତ୍ସାଧୀନ ଅବସ୍ଥାରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ମୃତ୍ୟୁ ହୋଇଛି। ଏନେଇ କୋରାପୁଟ ସଦରଥାନାରେ ଏକ ମାମଲା ରୁଜୁ କରାଯାଇଥିବା କହିଛନ୍ତି ସଦରଥାନା ଅଧିକାରୀ ରୁନୁ କୁମାରୀ ମାଝୀ।
ମିଳିଥିବା ସୂଚନା ମୁତାବକ, ବୁଧବାର ସଂଧ୍ୟା ସାତଟା ବେଳେ ପୋଡାଗଡ଼ ଗାଁରେ ମୃତ ସମିର କୋରାପୁଟ-ରାୟଗଡ଼ା ଜାତୀୟ ରାଜପଥ ଉପରେ ଚାଲିଚାଲି ଯାଉଥିଲେ। ଏହି ସମୟରେ ଏହି ରାସ୍ତା ଦେଇ ବାଇକ (ଓଡି-୧୦ଜେଡ୍ -୦୬୮୨)ରେ ଯାଉଥିବା ବ୍ୟକ୍ତି ଜଣକ ସମିରଙ୍କୁ ପଛପଟରୁ ଧକ୍କା ଦେଇଥିଲେ। ଏଥିରେ ସମିର ଗୁରୁତର ହୋଇ ପଡିଥିଲେ। ତାଙ୍କୁ ପୋଡାଗଡ଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ କୋରାପୁଟ ସହିଦଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ବାଇକ୍ ଧକ୍କା ଦେବା ଫଳରେ ସମିର ଗୁରୁତର ହୋଇ ପଡିଥିଲେ। ତାଙ୍କୁ ପୋଡାଗଡ଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ କୋରାପୁଟ ସହିଦଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ଆଜି ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ସମିରଙ୍କର ମୃତ୍ୟୁ ହୋଇଛି। ଏ ନେଇ ସୂଚନା ପାଇବା ପରେ ସଦରଥାନା ପୁଲିସ ମାମଲା ନଂ ୧୮୨/୨୪ରୁଜୁ କରି ଘଟଣାର ତଦନ୍ତ କରି ଦଫା ୨୮୬/୧୦୬(୧) ବିଏନଏସରେ ରୁଜୁ କରିଛନ୍ତି। ଶବକୁ ପଂଚନାମା କରି ଶବାଗାରରେ ରଖାଯାଇଛି। ଆସନ୍ତାକାଲି ବ୍ୟାବଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ସଦର ଥାନା ଅଧିକାରୀ। ମାମଲାର ତଦନ୍ତକାରୀ ଅଧିକାରୀ ଏଏସଆଇ ଏସକେ ଗୌଡ଼ ରହିଛନ୍ତି।