ଜହ୍ନlପଙ୍କ: ବୌଦ୍ଧ ବ୍ଲକ ଆମ୍ବଝରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାବୁଲିପଡା ଗ୍ରାମରେ ବିଷଧର ସାପ କାମୁଡାରେ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁବରଣ ହୋଇଛି।ବ୍ୟକ୍ତି ଜଣଙ୍କ ହେଉଛନ୍ତି ଶ୍ରଦ୍ଧାକର କହଁର(୫୫)।
ଶ୍ରୀ କହଁର ସୋମବାର ରାତି ଖାଇପିଇ ଶୋଇଥିଲେ। ମଙ୍ଗଳବାର ସକାଳ ୫ଟା ଘଣ୍ଟା ସମୟରେ କୌଣସି ଏକ ବିଷଧର ସାପ କାମୁଡ଼ି ଦେଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ବୌଦ୍ଧ ଡାକ୍ତରଖାନା ଆଣିଥିଲେ ଓ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏ ସମ୍ପର୍କରେ ଖବର ପାଇ ବୌଦ୍ଧ ଥାନା ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି। ସରକାର ତାଙ୍କୁ ଅନୁକମ୍ପା ମୂଳକ ଆବଶ୍ୟକ ଅର୍ଥ ଯୋଗାଇ ଦେବାକୁ ଦାବି ହେଉଛି।
Snake
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)