ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ରଥିଆ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ଏକ ଟ୍ରକ୍ ପଛରେ ପିଟି ହୋଇଥିଲା ୧୦୮ ଆମ୍ବୁଲାନ୍ସ । ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଦୁଇ ଜଣ ଗୁରୁତର ଆହତ ହୋଇଥଇବାର ସୂଚନା ରହିଛି।
ସୂଚନା ଅନୁଯାୟୀ, ଏକ ୧୦୮ ଆମ୍ବୁଲାନ୍ସ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ ରୋଗୀଙ୍କୁ ନେଇ କଟକ ଶିଶୁ ଭବନରେ ଛାଡ଼ିଥିଲା। ଏହାପରେ ଆମ୍ବୁଲାନ୍ସଟି ଫେରୁଥିବା ବେଳେ ରଥିଆ ନିକଟରେ ଟ୍ରକ୍ ପଛରେ ପିଟିଥିଲା। ଫଳରେ ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସର ସହାୟକ ହେମନ୍ତ ଆଚାର୍ଯ୍ୟଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ଅନ୍ୟ ୨ଜଣ ଗୁରୁତର ହୋଇଥିଲେ।
Advertisment

Sambad is now on WhatsApp
Join and get latest news updates delivered to you via WhatsApp