ରାଉରକେଲା: ଅଶାନ୍ତ ହୋଇପଡ଼ିଛି ରାଉରକେଲା। ଗଣଦୁଷ୍କର୍ମ, ଅସଦାଚରଣ, ପ୍ରାଣାନ୍ତକ ଆକ୍ରମଣ, ହତ୍ୟା ଏବେ ନିତିଦିନିଆ ହେଲାଣି। ବୁଧବାର ସଂଧ୍ୟାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ସହରରେ ଚାଞ୍ଚଲ୍ୟ ଖେଳାଇଦେଇଛି। ସାମାନ୍ୟ ବଚସାରୁ ଶାଳକ ନିଜ ଭିଣୋଇକୁ ଅତି ନୃଶଂସଭାବେ ହତ୍ୟା କରିଛି। 
Advertisment

ଝାଡ଼ଖଣ୍ଡ ଚକ୍ରଧରପୁରର ମୂଳବାସିନ୍ଦା ମହମ୍ମଦ ସାକିର(୩୦)। ସେ ଗୋପବନ୍ଧୁପାଲି ଅଞ୍ଚଳରୁ ବାହା ହୋଇଥିଲେ। ଆଜି ସକାଳେ ସାକିର ଶ୍ବଶୁରଘରକୁ ବୁଲିବାକୁ ଆସିଥିଲେ। ସେ ଅପରାହ୍‌ଣରେ ତାଙ୍କ ଶାଳକ ମହମ୍ମଦ ଅମିର(୨୫)ଙ୍କ ସହ ଏକ ବାଇକ(ଓଡି-୧୪-ଏଲ-୨୩୩୫)ରେ ବୁଲିବାକୁ ବାହାରିଥିଲେ।

ମୃତକ ହେଉଛନ୍ତି ଝାଡ଼ଖଣ୍ଡ ଚକ୍ରଧରପୁରର ମୂଳବାସିନ୍ଦା ମହମ୍ମଦ ସାକିର(୩୦)। ସେ ଗୋପବନ୍ଧୁପାଲି ଅଞ୍ଚଳରୁ ବାହା ହୋଇଥିଲେ। ଆଜି ସକାଳେ ସାକିର ଶ୍ବଶୁରଘରକୁ ବୁଲିବାକୁ ଆସିଥିଲେ। ସେ ଅପରାହ୍‌ଣରେ ତାଙ୍କ ଶାଳକ ମହମ୍ମଦ ଅମିର(୨୫)ଙ୍କ ସହ ଏକ ବାଇକ(ଓଡି-୧୪-ଏଲ-୨୩୩୫)ରେ ବୁଲିବାକୁ ବାହାରିଥିଲେ। ବିଭିନ୍ନ ଅଞ୍ଚଳ ବୁଲାବୁଲି କରିବାପରେ ଉଭୟେ ଛେଣ୍ଡ୍‌ କଳ୍ପତରୁ ଆଶ୍ରମ ଆଡ଼କୁ ଯାଇଥିଲେ। ଆଶ୍ରମ ଯିବା ରାସ୍ତାରେ ଉଭୟଙ୍କ ମଧ୍ୟରେ କୗଣସି କାରଣରୁ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉଭୟେ ଧାରୁଆ ଅସ୍ତ୍ରରେ ପରସ୍ପରକୁ ଆକ୍ରମଣ କରିଥିଲେ। ସାକିର ଏକ ଧାରୁଆ ଅସ୍ତ୍ରରେ ଅମିରଙ୍କ ବେକକୁ ଆକ୍ରମଣ କରିବାରୁ ପ୍ରବଳ ରକ୍ତଶ୍ରାବ ହେବାସହ ଗୁରୁତର ହୋଇପଡ଼ିଥିଲେ। ଜବାବରେ ଅମିର ଆଉ ଏକ ଧାରୁଆ ଅସ୍ତ୍ରରେ ଭିଣୋଇ ସାକିରଙ୍କ ମୁଣ୍ଡଙ୍କୁ ବାରମ୍ବାର ଆକ୍ରମଣ କରିବାରୁ ସେ ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ। ଘଟଣାସ୍ଥଳରେ ଭିଣୋଇର ମୃତ୍ୟୁହେବାପରେ ଗୁରୁତର ଆହତ ଅମିର ଜୀବନବିକଳରେ ଦୌଡ଼ିଦୌଡ଼ି ଛେଣ୍ଡ୍‌ ରାସ୍ତା ଉପରକୁ ଧାଇଁଆସିଥିଲେ।
ତେବେ ରାସ୍ତାକଡ଼ରେ ହିଁ ବେହୋସ ହୋଇ ତଳେ ପଡ଼ିଯାଇଥିଲେ। ସ୍ଥାନୀୟଲୋକ ଅମିରଙ୍କୁ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାରକରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌, ଡଗ୍‌ ସ୍କ୍ବାଡ୍‌ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଏହାସହ ଆଇଜି ନୀତି ଶେଖର, ଡିଆଇଜି ବ୍ରିଜେଶ ରାୟ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।