ବ୍ରହ୍ମପୁର: ଚିକିଟି ବିଷାକ୍ତ ମଦ୍ୟପାନ ଘଟଣାରେ ଆଉଜଣଙ୍କର ପ୍ରାଣହାନି ଘଟିଛି। ଏମକେସିଜି ମେଡ଼ିକାଲ ଆଇସିୟୁରେ ଚିକିତ୍ସିତ ହେଉଥିବା ଲକ୍ଷ୍ମଣ ବେହେରା(୫୨) ଆଜି ଆଖି ବୁଜିଛନ୍ତି। ଏହାଫଳରେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ଏଣେ ଆଉ ୪ ଜଣ ପୀଡ଼ିତଙ୍କର ଚିକିତ୍ସା ଚାଲିଛି। ଏସଂପର୍କରେ ଏହି ତାଜା ଖବର ମିଳିଛି।
ଲକ୍ଷ୍ମଣଙ୍କ ଏକ ମାତ୍ର ପୁଅ ଦୁଇ ବର୍ଷ ତଳେ ମରିଯାଇଥିଲା l ଲକ୍ଷ୍ମଣ ମୁଲ ଖଟି ପକ୍ଷାଘାତରେ ପୀଡିତ ଥିବା ସ୍ତ୍ରୀ ଏବଂ ପାଗିଳୀ ଝିଅଙ୍କ ଭରଣ ପୋଷଣ କରୁଥିଲେl ଲକ୍ଷ୍ମଣଙ୍କ ମୃତ୍ୟୁରେ ବେସାହାରା ହୋଇଯାଇଛନ୍ତି ପରିବାର l ଏଣୁ ରାଜ୍ୟ ସରକାର ଲକ୍ଷ୍ମଣଙ୍କ ସମେତ ସମସ୍ତ ମଦ ମୃତ୍ୟୁ ପରିବାରଙ୍କୁ ତୁରନ୍ତ ୨୦ ଲକ୍ଷ କ୍ଷତିପୂରଣ ଯୋଗାଇବାକୁ ଜେନାପୁର ସାହି ବାସିନ୍ଦା ଦାବୀ ଜଣାଇଛନ୍ତି।
ଏମକେସିଜି ମେଡ଼ିକାଲ ଆଇସିୟୁରେ ଚିକିତ୍ସିତ ହେଉଥିବା ଜୁର ବେହେରାଙ୍କର ପ୍ରଥମେ ପ୍ରାଣହାନି ଘଟିଥିଲା। ମୃତକ ଚିକିଟି ଜେନାପୁର ବାସିନ୍ଦା। ଜୁର ବେହେରାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଜେନାପୁର ଠାରେ ମୃତକ ଜୁର ବେହେରାଙ୍କ ଶବ ରଖି ରାସ୍ତାରୋକ ଆରମ୍ଭ କରିଥିଲେ ଗ୍ରାମବାସୀ। ଏହାପରେ ଏହି ଘଟଣାରେ ଆଉଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।
ବିଷାକ୍ତ ମଦ ପିଇ ୨୦ରୁ ଉର୍ଦ୍ଧ୍ୱ ଅସୁସ୍ଥ। ଗୁରୁତର ଅବସ୍ଥାରେ ୪ଜଣଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିଟି ଏନଏସି ଅନ୍ତର୍ଗତ କରବାଳୁଆ ଓ ଜେନାପୁରର ମାଉନ୍ଦୁପରୁ ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଥିଲା। ରନ୍ଧା ଦେଶୀ ମଦ ପ୍ରସ୍ତୁତରୁ ଏଭଳି ହୋଇଥିବା ସନ୍ଦେହ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/znN2cyaWmCjapTImN4ZT.jpeg)