ରାଇରଙ୍ଗପୁର/ କରଞ୍ଜିଆ ଗୋଲେଇ: ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଶିମିଳିପାଳ ଅଞ୍ଚଳରୁ ତିନୋଟି ସମ୍ଭର ସିଙ୍ଗ ସହିତ ଜଣେ ଶିକାରୀକୁ ଗିରଫ କରିଛି ବନବିଭାଗ।
ଉତ୍ତର ଶିମିଳିପାଳ ଡେପୁଟି ଡ଼ାଇରେକ୍ଟର ସାଇ କିରଣ ଡିଏନଙ୍କ ସୂଚନା ଅନୁଯାୟୀ କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଅସନକୁଦର୍ ନିକଟସ୍ଥ ପୁରୁଣାଖଡିଆ ସାହିର ଜଣେ ବ୍ୟକ୍ତି ବନ୍ୟ ଜନ୍ତୁଙ୍କୁ ଶିକାର କରି ତାଙ୍କ ସିଂଗ, ଚମଡା, ଦାନ୍ତ ପ୍ରଭୃତି ରଖିଥିବା ନେଇ ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା।
ବନ ବିଭାଗ ଓ ତାଙ୍କ ଟିମ୍ ପୁରୁଣାଖଡିଆ ସାହିର ଚମ୍ପାଇ ହେମ୍ବ୍ରମ୍ଙ୍କ ଘରେ ଚଢ଼ାଉ କରି ତାଙ୍କ ନିକଟରୁ ତିନୋଟି ସମ୍ଭର ସିଙ୍ଗ ଓ ଏକ ବାର୍ହା ଦାନ୍ତ ଜବତ କରିବା ସହିତ ଚମ୍ପାଇକୁ ଗିରଫ କରି ଏକ ମାମଲା ରୁଜୁ କରିଛି। ଏଥିରେ କିଏ କିଏ ସଂପୃକ୍ତ ଅଛନ୍ତି ବନ ବିଭାଗ ଓ ପୁଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି। ତେବେ ଆସନ୍ତାକାଲି ଅଭିଯୁକ୍ତ ଚମ୍ପାଇକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/03/kou8SBB1xPQTqMYvC8AO.jpg)