ମାଲକାନଗିରି: ସୀମାନ୍ତ ସୁକମା ଜିଲ୍ଲାର ଜଗରଗୁଣ୍ଡା ଥାନା ଅଂଚଳରେ ଗତକାଲି ଜଣେ ଗ୍ରାମବାସୀକୁ ନକ୍ସଲ ତଣ୍ଟି ଚିପି ହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ ସୋମବାର ଅପରାହ୍ନ ୩ଟା ବେଳେ ସାଧା ପୋଷାକରେ ତାରଲାଗୁଡା ପଞ୍ଚାୟତର ବେନପାଲ୍ଲୀ ଗ୍ରାମରେ ପହଞ୍ଚିଥିଲେ।
ତାରଲାଗୁଡା ପଞ୍ଚାୟତର ନାଏବ ସରପଞ୍ଚ ମୁଚାକି ରାମାକୁ ଖୋଜିଥିଲେ। ସ୍ଥାନୀୟ ଲୋକେ ମୁଚାକି ରାମାଙ୍କ ଘରକୁ ଦେଖାଇ ଦେଇଥିଲେ। ତେବେ ସାଧା ପୋଷାକରେ ଆସିଥିବା କିଛି ବ୍ୟକ୍ତି ତାଂକୁ ଘରୁ ଟାଣି ଆଣି ଦୌଡି ଦ୍ବାରା ରାମାର ତଣ୍ଟି ଚିପି ହତ୍ୟା କରିଥିଲେ। ଏନେଇ ଗ୍ରାମବାସୀ ଆତଙ୍କିତ ହୋଇପଡିଥିଲେ।
ହତ୍ୟା ପରେ ସେହି ବ୍ୟକ୍ତିମାନେ ଜଂଗଲକୁ ଦୌଡି ପଳାଇଥିଲେ। ତୁରନ୍ତ ଜାଗରଗୁଣ୍ଡା ପୁଲିସକୁ ସୂଚନା ଦେବା ପରେ ବେନପାଲ୍ଲୀ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ରାମାଙ୍କ ଘରୁ ରାମର ଶବକୁ ଜବତ କରି ବ୍ୟବଛେଦ କରାଇ ତଦନ୍ତ ଆରମ୍ଭ କରିଥିବା ପୁଲିସ କହିଛି। ତେବେ ନକ୍ସଲ ଏବେ ବି ହିଂସାକାଣ୍ଡ ଘଟାଇ ଚାଲିଛନ୍ତି। ତେବେ ଯବାନ ଏହି ଜଂଗଲକୁ ସର୍ଚ୍ଚ ଅପରେସନ କରୁଥିବା ପୁଲିସ କହିଛି।
ସୂଚନାଯୋଗ୍ୟ, ସୀମାନ୍ତରେ ସୁରକ୍ଷାକର୍ମୀଙ୍କ ଜୋରଦାର ଅପରସେନ୍ ଜାରି ଥିବା ବେଳେ ନକ୍ସଲ ସଂଗଠନ ବାରମ୍ବାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ପାଇଁ ନିବେଦନ କରୁଛନ୍ତି। କିନ୍ତୁ ନକ୍ସଲମାନେ ସୁଯୋଗ ପାଇଲେ ହିଂସାତ୍ମକ ଗତିବିଧିରୁ ପଛାଉ ନାହାନ୍ତି। ପୂର୍ବରୁ ମଧ୍ୟ ଗ୍ରାମବାସୀଙ୍କୁ ହତ୍ୟା କରିଥିବା ନଜିର ରହିଛି।
Malkangiri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/post_attachments/wp-content/uploads/2018/05/581657-naxals.jpg)