ଘୁ.ଉଦୟଗିରି: କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅଞ୍ଚଳରେ ସବୁ ଠିକଠାକ ଚାଲିଛି। ଏଠାରେ କୌଣସି ସମସ୍ୟା ନାହିଁ। କାହାର କିଛି ଅଭିଯୋଗ ନାହିଁ। ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆଜି ସ୍ଥାନୀୟ ବ୍ଳକ ପ୍ରେକ୍ଷାଳୟ ପରିସରରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ। କାରଣ ଏହି କାର୍ଯ୍ୟକ୍ରମ ସକାଳ ୭ଟାରୁ ୧୦ଘଣ୍ଟା ପର୍ଯ୍ୟନ୍ତ ଥିଲା। ସକାଳ ୯.୩୦ମିନଟ ପର୍ଯ୍ୟନ୍ତ ଜଣେ କେହି ବି କୌଣସି ଅଭିଯୋଗ ନେଇ ଆସିନଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବି ଅନୁପସ୍ଥିତ ଥିଲେ। କିନ୍ତୁ ଏହି କାର୍ଯ୍ୟକ୍ରମ ବିଷୟରେ ଲୋକମାନଙ୍କ ନିକଟରେ ଖବର ବହୁ ମାତ୍ରାରେ ପହଞ୍ଚି ପାରି ନ ଥିବା କାରଣରୁ ବହୁ ବିଳମ୍ବରେ ଅଭିଯୋଗ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଓ କେବଳ ୨୪ ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିଲା।
ସେପଟେ ଗଣମାଧ୍ୟମକୁ ମଧ୍ୟ ଏହି କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଯାଇନଥିବା ସୂଚନା ରହିଛି। ଯଦି ଗଣମାଧ୍ୟମ ପ୍ରତିନିଧି ଏହି କାର୍ଯ୍ୟକ୍ରମ ବିଷୟରେ ଅବଗତ ନାହାଁନ୍ତି। ତେବେ ସାଧାରଣ ଜନତା କିପରି କାର୍ଯ୍ୟକ୍ରମ ବିଷୟରେ ସୂଚନା ପାଇବେ ବୋଲି ମତ ପ୍ରକାଶ ପାଇଛି। ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସିଡିଓ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କନ୍ଧମାଳ ଶମ୍ଭୁନାଥ ନନ୍ଦୀ, ତହସିଲଦାର ରଞ୍ଜନ କୁମାର ସାହୁ, ବିଡିଓ ଶରତ କୁମାର ମଲ୍ଲିକ, ପିଏଆଇ ଟିଡିଏ କୃପାସିନ୍ଧୁ ବେହେରା, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡଃ ଅକ୍ଷୟ କୁମାର ସାହୁ, ଏସଡିପିଓ ବିଜୟ କୁମାର ବିଶି, ପୂର୍ଣ୍ଣଚନ୍ଦ୍ର ଜେନା ବାଲିଗୁଡା ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟ, ପରିବହନ ଅଧିକାରୀ କନ୍ଧମାଳ ଶିଶିର କୁମାର ସାହୁ, ଅଧକ୍ଷା ସୁଷମା ପ୍ରଧାନଙ୍କ ସମେତ ଅନେକ ଲାଇନ୍ ବିଭାଗ ଅଧିକାରୀ ଉପସ୍ଥିତିରେ ସ୍ଥାନୀୟ ବ୍ଲକ ଏବଂ ଏନଏସି ବାସିନ୍ଦାଙ୍କ ଅଭିଯୋଗ ଗ୍ରହଣ କରାଯାଇଥିଲା।
ସମୁଦାୟ ୨୪ ଗୋଟି ବିଭିନ୍ନ ଲୋକଙ୍କର ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସମାଜସେବୀ ଆମନ ଚନ୍ଦ୍ର ନାୟକ ୫ ଗୋଟି ଅଭିଯୋଗ ଘୁ ଉଦୟଗିରି ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦେଇଥିଲେ। ଶିକ୍ଷା ସମଦ୍ଧୀୟ ୩ଟି, ସୁଭଦ୍ରା ଯୋଜନା ପାଇଁ ୨ଟି, ରାସ୍ତା ଓ ଡ୍ରେନ ପାଇଁ ୫ଟି, ମେଡ଼ିକାଲ ବିଷୟରେ ୪ଟି, ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ୧ ଗୋଟି, ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ୨ ଗୋଟି, ଜମିଜମା ପାଇଁ ୬ ଗୋଟି, ଅନ୍ୟାନ୍ୟ ୧ ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିଲା।
ଏହି ଅଭିଯୋଗ ଗୁଡ଼ିକ ତୁରନ୍ତ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କୁ ଆଦେଶ ଦିଆଯାଇଥିଲା କାର୍ଯ୍ୟକାରୀ କରିବା ନିମନ୍ତେ। ଏହି କାର୍ଯ୍ୟକ୍ରମରୁ ସ୍ପଷ୍ଟ ହେଉଛି କିଭଳି ଶାସନ ଚାଲିଛି। କିଭଳି ଲୋକ ଉପକୃତ ହେଉଛନ୍ତି। ନିଜ ଅଭିଯୋଗ ଜଣେଇବା ପାଇଁ ନିଜ ଅଞ୍ଚଳରେ ହେଉଥିବା ଜନଶୁଣାଣି କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ଲୋକ ଅବଗତ ନୁହନ୍ତି। ତାହାହେଲେ ସାଧାରଣ ଲୋକ ନିଜ ସମସ୍ୟା ଜଣେଇବାକୁ କଣ ଫୁଲବାଣୀ ଯିବେ କି ବୋଲି ପ୍ରଶ୍ନ ଉଠୁଛି।ପ୍ରଶାସନ ପକ୍ଷରୁ ଆଜିର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଏକ ଭେଳିକି ବୋଲି ଲୋକ ମତ ଦେଇଛନ୍ତି।
Kandhamal
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/27/PArl7MAPwxF8d1LuUmED.jpg)