କେନ୍ଦୁଝର: ଅପରରେସନ ଗୋ ରକ୍ଷା ଅଭିଯାନରେ କେନ୍ଦୁଝର ପୁଲିସ ପକ୍ଷରୁ ଏବେ ଆକାଉଣ୍ଟ  ଯାଂଚ ପ୍ରକ୍ରିୟା ଆରମ୍ଭ ହୋଇଛ। ଗତ କିଛି ଦିନ ଧରି ଏହି ଗୋ ମାଫିଆଙ୍କର କେଉଁଠି  ଏବଂ କାହା ନାମରେ ଆକାଉଣ୍ଟ ଅଛି ଜୋରଦାର ଖୋଳତାଡ ପରେ ୨୦୦  ଆକାଉଣ୍ଟ ଏବଂ ୬୦ ଲକର ଠାବ କରାଯାଇଥିଲା। ଗତକାଲିଠାରୁ ଏହି ଆକାଉଣ୍ଟଗୁଡିକ ଯାଂଚ ଆରମ୍ଭ ହୋଇଛି। ଏହି ଯାଂଚ ବେଳେ ପ୍ରଥମ ଦିନରେ ୩୨ଟି ଆକାଉଣ୍ଟ ଯାଂଚ ହୋଇଥିବା ବେ‌ଳେ ୪ଟି ଆକାଉଣ୍ଟରୁ ୪ କୋଟିରୁ ଅଧିକ ଟଙ୍କା ଥିବା ପୁଲିସ ଜାଣିବାକୁ ପାଇଛି।

Advertisment

ତଥ୍ୟ ଅନୁସାରେ, ରାମଚନ୍ଦ୍ରପୁର ଥାନା ଅଧିକାରୀ ଇନ୍ସପେକ୍ଟର ମନୋଜ କୁମାର ସ୍ବାଇଁ, ଆନନ୍ଦପୁର ଥାନା ଅଧିକାରୀ ଫନୀନ୍ଦ୍ର ନାୟକ, ଦୈତାରୀ ଥାନା ଅଧିକାରୀ ହୃଷିକେଶ ବେହେରା, ତେଲକୋଇ ଥାନା ଅଧିକାରୀ ଅଞ୍ଜନ କୁମାର ପାତ୍ର, ହରିଚନ୍ଦନପୁର ଥାନା ଅଧିକାରୀ ମିତାଲୀ ମଧୁଲିତା ବିଶ୍ବାଳ, ଘଟଗାଁ ଥାନା ଅଧିକାରୀ ସୁଭାନ୍ତ କୁମାର ଜେନାଙ୍କ ନେତୃତ୍ବରେ ଟିମ୍‌ ଗଠନ ହୋଇ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଯାଂଚ ହୋଇଥିଲା। ପ୍ରଥମ ଦିନରେ ଗୋ ମାଫିଆଙ୍କ ୨୧ ଜଣ ସଂପର୍କୀୟଙ୍କ ୩୨ଟି ଆକାଉଣ୍ଟ ଯାଂଚ କରାଯାଇଛି।

ଏହି ଯାଂଚ ବେଳେ ଯାଜପୁରର ହରିପୁର ବ୍ରାଙ୍କ ଅଫ ବରୋଦା ଶାଖାରେ ଥିବା କୁବ୍ରାତ୍ତେନ ବିବିଙ୍କ ଆକାଉଣ୍ଟରେ ୧ଲକ୍ଷ ୫୦ ହଜାର ଟଙ୍କା ଥିାବ ବେଳେ ଭଦ୍ରକର ସେକ୍‌ ରାଜନଙ୍କ ଚରମ୍ପା ସ୍ଥିତ ପଂଜାବ ନ୍ୟାସନାଲ ବ୍ୟାଙ୍କ ଆକାଉଣ୍ଟରେ ୨୩ ଲକ୍ଷ ୭୩ ହଜାର ଟଙ୍କା, ତେଲକୋଇର ପ୍ରଦ୍ୟୁମ୍ନ କୁମାର ମିଶ୍ରଙ୍କ ଜଗମୋହନପୁର ଷ୍ଟେଟବ୍ୟାଙ୍କ ଆକାଉଣ୍ଟରେ ୧ କୋଟି ୮୩ ଲକ୍ଷ ଟଙ୍କା, ପ୍ରତାପ ମିଶ୍ରଙ୍କ ଏହି ଜଗମୋହନପୁର ଷ୍ଟେଟବ୍ୟାଙ୍କ ଆକାଉଣ୍ଟରେ ୧ କୋଟି ୭୨ ଲକ୍ଷ ଟଙ୍କା, ତେଲକୋଇ ଷ୍ଟେଟ ବ୍ୟାଙ୍କ ଆକାଉଊଣ୍ଟରେ ରାକେଶ ମିଶ୍ରଙ୍କ ନାମରେ ୨୩ ଲକ୍ଷ ୨୦ ହଜାର ଟଙ୍କା ଜମା ଥିବା ଜଣାଯାଇଛି।  ସେହିପରି ହରିଚନ୍ଦନପୁର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ସେଖ୍‌ ଅଗର ଅଲ୍ଲୀଙ୍କ ଆକାଉଣ୍ଟରେ ୧ ଲକ୍ଷ ଟଙ୍କା ଜମା ଥିବା ଜଣାଯାଇଛି। ତେବେ ହିପରି ଅନ୍ୟ ସଂପର୍କୀୟଙ୍କ ର ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟରେ କେଉଁଠି ୧୦ ହଜାର ତ କେଉଁ ଠ ୫ ହଜା ଟଙ୍କା ଜମା ରହିଛି। ତେବେ ପ୍ରଥମ ଦିନରେ ମୋଟ ୩୨ଟି ଆକାଉଣ୍ଟ ଯାଂଚ ପରେ ଏହି ସବୁ ଆକାଉଣ୍ଟରେ ଥିବା ୪ କୋଟି ୭ ଲକ୍ଷ ୨ ହଜାର ୩୭୫ ଟଙ୍କାକୁ ସିଜ୍ କରାଯାଇଛି।

ଆହୁରି ପଢ଼ନ୍ତୁ: Bike Accident Death କୋକସରାରେ ବାଇକ ଦୁର୍ଘଟଣା, ଚାଲିଗଲା ୨ ଯୁବକଙ୍କ ଜୀବନ

ଉଲ୍ଲେଖଯୋଗ୍ୟ ‌ଯେ,  କେନ୍ଦୁଝର ଜିଲ୍ଲା ଦୈତାରୀ ଥାନାର କେସ ନମ୍ବର ୧୦୭/୨୦୨୫ରେ ଗୋ ହତ୍ୟା ଏବଂ ପଶୁ ପତି ନିଷ୍ଠୁରତା ଆଇନର ୩୦୩(୨), ୩୧୭(୨), ୧୦୯/୧୧୧(୩)୩୨୫/୩(୫) ବିଏନଏସ୍‌/୧୧ ରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ତଦନ୍ତ ବେଳେ ଏକ ବିରାଟ ସିଣ୍ଡିକେଟ ଏହି ଗୋ ଚାଲାଣ ପଛରେ ଥିବା ଜଣାପଡିଥିଲା। ଏହାପରେ କେନ୍ଦୁଝର ଏସ୍‌ପି ନୀତିନ କୁଶଲକରଙ୍କ ନେତୃତ୍ବରେ ଏହାର ତଦନ୍ତକୁ ବ୍ୟାପକ କରାଯାଇ ଏହି ସିଣ୍ଡଇକେଟ ଖୋର୍ଦ୍ଧା, କେନ୍ଦୁଝର, ଯାଜପୁର, ଭଦ୍ରକ, ମୟୁରଭଞ୍ଜ ଭଳି ୫ଟି ଜିଲ୍ଲା ସମେତ କଟକ, ଭୁବନେଶ୍ବର ଆଦିକୁ ଲମ୍ବିଥିବା ଜଣାପଡ଼ଇଥିଲା। ଏହାପରେ ୨ ଜଣ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ବରେ ୫ ଜଣ ଡିଏସ୍‌ପି, ୨୫ ଇନ୍ସପେକ୍ଟର, ୩୬ ଜଣ ସବ ଇନ୍ସପେକ୍ଟର, ୧୮ ପ୍ଲାଟୁନ ପେୁଲିସ ଫୋର୍ସ ଦ୍ବାରା ଭୋର ସମୟରୁ ଏକକାଳୀନ ୪୬ଟି ସ୍ଥାନରେ ଚଢ଼ଉ କରାଯାଇଥିଲା।

ଗୋ ମାଫିଆଙ୍କୁ ଜେଲ୍‌ ପଠାଇ ଦିଆଯାଇଛି

ଏହି ତଦନ୍ତ ପରେ ଭଦ୍ରକର ଶେଖ୍‌ ରାଜନ, ସାମନ୍ତରାପୁରରୁ ଟିପୁ ସୁଲତାନ, ତୁରୁମୁଙ୍ଗାରୁ ଗୋ ମାଫିଆ କୁନୁ ସାହୁ, ମଣ୍ଟୁ ସାହୁ, ସିପୁ ସାହୁ, ମୟୂରଭଞ୍ଜର ବିଶୋୟୀର ଟୁନା ମହାପାତ୍ର, ଝାରପୋଖରିଆର ସୁଜିତ ମହାନ୍ତି, ହରିଚନ୍ଦନପୁର ଅନ୍ତର୍ଗତ ଜାମୁଯୋଡିର କୁନୁ ପଠାଣ, ନାସିର ଏବଂ ମୟୁରଭଞ୍ଜ ଜିଲ୍ଲା ତେ‌ଣ୍ଟୋପଶିର ସେକ୍‌ ନୟିମଙ୍କୁ ଗିରଫ କରି ଜେଲ୍‌ ପଠାଇ ଦିଆଯାଇଛି।