ଭୁବନେଶ୍ୱର: ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ରାଜ୍ୟରେ ପରିଚାଳିତ ବିଜେପି ସରକାର କ୍ଷମତାକୁ ଆସିବାକୁ ବର୍ଷେ ପୂରିବାକୁ ଯାଉଛି। ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ କାମ କରୁଛନ୍ତି। ବିକଶିତ ଓଡ଼ିଶା ଲକ୍ଷ୍ୟରେ ସରକାର କାମ କରୁଛନ୍ତି ବୋଲି ଦାବି କରୁଛନ୍ତି। ସରକାର ଭୁବନେଶ୍ୱରକୁ ଭିଡ଼ମୁକ୍ତ କରିବା ପାଇଁ ନୂଆ ପଦକ୍ଷେପ ନେଇଛନ୍ତି। ଏଥି ପାଇଁ ଏକାଧିକ ରାସ୍ତା ଓ ପ୍ରକଳ୍ପର ଶିଳାନ୍ୟାସ କରିବେ। ସରକାର ଗଠନର ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ଜୁନ ୧୨ ତାରିଖରେ ଭୁବନେଶ୍ବରରେ ଏକାଧିକ ଶିଳାନ୍ୟାସ କାର୍ଯ୍ୟକ୍ରମର ଆୟୋଜନ ହେବ ହେବ। ପ୍ରକଳ୍ପଗୁଡ଼ିକ ପାଇଁ ମାସେ ଭିତରେ ଟେଣ୍ଡର ପ୍ରକ୍ରିୟା ସରିବ। ସେହିପରି ଆଗାମୀ ୩ ବର୍ଷ ଭିତରେ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି।
ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ଏହି ପଦକ୍ଷେପ ନିଆଯାଇଛି। ଏଥିସହ ରାସ୍ତାକୁ ସମୂର୍ଣ୍ଣ ରୂପେ ଟ୍ରାଫିକ ଲାଇଟ୍ ମୁକ୍ତ କରାଯିବାର ଲକ୍ଷ୍ୟ ରଖାଯାଇଛି। ନୂତନ ଜ୍ଞାନକୌଶଳର ମଧ୍ୟ ବ୍ୟବହାର କରାଯିବ। ମାସେ ଭିତରେ ଆରମ୍ଭ ହେବ ରିଙ୍ଗ୍ରୋଡ୍ କାମ। ଜମି ଅଧିଗ୍ରହଣ ପ୍ରକ୍ରିୟା ମାସେ ଭିତରେ ସରିବ। ଡିସେମ୍ବର ସୁଦ୍ଧା ବାମ-ଡାହାଣ ପାରାଲାଲ ରାସ୍ତା କାମ ସରିବ ବୋଲି କୁହାଯାଇଛି।
ଭୁବନେଶ୍ବରରେ ଟ୍ରାଫିକ୍ ବ୍ୟବସ୍ଥା ସୁଧୁରିବ। ଟ୍ରାଫିକ୍ଜନିତ ସମସ୍ୟାକୁ ନେଇ ଆଉ ବିଶେଷ ଅସୁବିଧା ଦେଖାଦେବ ନାହିଁl ଟ୍ରାଫିକ୍ ପୋଷ୍ଟରେ ଅବସରପ୍ରାପ୍ତ ଯବାନ୍ମାନଙ୍କୁ ଦାୟିତ୍ବ ଦିଆଯାଇଛି। ୨୫୦ ପୋଷ୍ଟ ପାଇଁ ଅନୁମତି ଦିଆଯାଇଥିବା ବେଳେ ୧୩୬ ଅବସରପ୍ରାପ୍ତ ଯବାନ୍ ଙ୍କୁ ସ୍ଵତନ୍ତ୍ର ଟ୍ରାଫିକ୍ ଜନିତ ଟ୍ରେନିଂ ଦିଆଯାଇ ନିଯୁକ୍ତି ମିଳିଛି। ଅମାନିଆ ଗାଡି ଚାଳକମାନଙ୍କ ଉପରେ ଆହୁରି ନିଆଯିବ କାର୍ଯ୍ୟାନୁଷ୍ଠାନl ଟ୍ରାଫିକ୍ ଚେକିଂ କଡ଼ାକଡ଼ି କରାଯାଉଛି । ପ୍ରତିଦିନ ୧୮ ଶହରୁ ଊର୍ଦ୍ଧ୍ବ ଚାଲାଣ ଏଆଇ କ୍ୟାମେରା ମାଧ୍ୟମରେ କଟୁଥିବା ବେଳେ ପ୍ରତିଦିନ ପାଖାପାଖି ୧୮ ଲକ୍ଷ ଟଙ୍କାର ଚାଲାଣ କଟଯାଉଛି।
- ତପନ କୁମାର ମହାନ୍ତି, ଟ୍ରାଫିକ୍ ଡିସିପି
ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଭୁବନେଶ୍ବର ଜୟଦେବ ବିହାର-ନନ୍ଦନକାନନ ରାସ୍ତାରୁ ଟ୍ରାଫିକ୍ ଲାଇଟ୍ ହଟିବ। ଟ୍ରାଫିକ୍ ଲାଇଟ୍ ପରିବର୍ତ୍ତେ ବିକଳ୍ପ ଟେକ୍ନୋଲୋଜି ବ୍ୟବହାର ହେବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି ।
Bhubaneswar | CM Mohan Charan Majhi | Prithviraj Harichandan